ଶିଶୁ ସୁରକ୍ଷା ଆଇନ କୁ ଫୂ କେନ୍ଦୁପତ୍ର ଫଡ଼ି ରେ ଗଣ୍ଡା ଗଣ୍ଡା ଶିଶୁ ନିୟୋଜିତ
ଫୁଲବାଣୀ (ସୁନୀଲ ପଟନାୟକ )
ସରକାର ଶିଶୁ ଶ୍ରମିକ କୁ ସୁରକ୍ଷା ଦେବା ପାଇଁ ଆଇନ ପ୍ରଣୟନ କରିଛନ୍ତି l
ଆଉ ରୋକ ଲଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବି କରୁଛନ୍ତି ହେଲେ ଆଇନ କୁ ଫୂ କରି ଖୁଲମ ଖୁଲା ଭାବେ କେନ୍ଦୁପତ୍ର ଫଡ଼ି ହେଉ ରାସ୍ତା କାମ ଆଦିରେ ଶିଶୁ ଶ୍ରମିକ ମାନଙ୍କୁ ନିୟୋଜିତ କରୁ ଥିବା ଅଭିଯୋଗ ହେଉଛି l
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଫୁଲବାଣୀ କେନ୍ଦୁପତ୍ର ଡିଭିଜନ ର ଗୋଛାପଡା ରେଞ୍ଜ କାଶୀନପଦର ଫଡ଼ି ରେ l ଶିଶୁ ମାନଙ୍କୁ ସ୍କୁଲ ନ ପଠାଇ ଅଭିଭାବକ ମାନେ ଅର୍ଥ ଲୋଭ ରେ ଫଡ଼ିରେ ନିୟୋଜିତ କରୁଥିବା ଦେଖାଯାଉଛି l
ସେମାନେ ପ୍ରତିଦିନ କେନ୍ଦୁପତ୍ର ସୁଖାନ୍ତି ଆଉ ଫଡି ଭିତରେ ସାଇଜ କରି ଥାକ କରି ରଖନ୍ତି l
ତେବେ ବାପାମା ମାନେ କେନ୍ଦୁ ପତ୍ର
ଫଡ଼ି କୁ ପତ୍ର ଆଣୁଥିବାରୁ ପିଲାମାନଙ୍କ ସ୍କୁଲ ସକାଳ ୯ ଟା ରେ ଛୁଟି ହୋଇଯାଉଥିବାରୁ ସେମାନେ ବାପା ମା ଙ୍କ ସହ ଫଡି ରେ ମିଶି କାମ କରୁଥିବା କହିଛନ୍ତି ବିଭାଗ କର୍ମଚାରୀ l ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ମାନଙ୍କୁ ନିୟୋଜିତ କରାଯାଉନଥିବା ସେ କହିଛନ୍ତି l
ତେବେ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ସାମନା କୁ ଆସିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି l