ଏପ୍ରିଲ ୯ ତାରିଖରେ “ପ୍ରିୟତମା”

ଭୁବନେଶ୍ୱର(ଉଲାପ୍ର):ସିଦ୍ଧା ମ୍ୟୁଜିକ ପ୍ରଯୋଜିତ ଏକ ମନଛୁଆଁ ମ୍ୟୁଜିକ ଭିଡ଼ିଓ “ପ୍ରିୟତମା” ରିଲିଜ ହେବାକୁ ଯାଉଛି | ଅନେକ ଦିନର ଅପେକ୍ଷା ର ଅନ୍ତ ଘଟାଇ “ପ୍ରିୟତମା ଏଇ ମାସ ତଥା ଏପ୍ରିଲ ୯ ତାରିଖରେ ସିଦ୍ଧା ମ୍ୟୁଜିକ ୟୁଟ୍ୟୁବ ଚ୍ୟାନେଲ ନେଲରେ ରିଲିଜ ହେବାକୁ ଯାଉଛି | ପୁଣି ଥରେ ଓଡ଼ିଆଙ୍କ ପ୍ରଥମ ପସନ୍ଦ ହ୍ୟୁମାନ ସାଗର ଓ ହଁ ପ୍ରେମ ହେଲା ଗୀତରେ ପରିଚୟ ପାଇଥିବା
ସନ୍ଧ୍ୟାରାଣୀ ପଟ୍ଟଯୋଷୀ ଙ୍କ ମିଳିତ କଣ୍ଠରେ ଶୁଣିବାକୁ ପାଇବେ ଏଇ ସୁନ୍ଦର ରୋମାଣ୍ଟିକ ଗୀତ | ଯୁବ ସଂଗୀତ ନିର୍ଦେଶକ ତଥା ଗୀତିକାର ସନ୍ଦୀପ ପଣ୍ଡା ଏହାର ସଂଗୀତ ନିର୍ଦେଶନା ଦେଇଥିବା ବେଳେ ଓଡ଼ିଆ ଚଳଚିତ୍ର ଜଗତରେ ବହୁ ଖ୍ୟାତ ଅର୍ଜନ କରିଥିବା ନିର୍ଦେଶକ ରାଜେନ୍ଦ୍ର ମହନ୍ତ ଏହି ମ୍ୟୁଜିକ ଭିଡ଼ିଓଟିକୁ ଅତି ସୁନ୍ଦର ଭାବରେ ନିର୍ଦେଶନା ଦେଇଛନ୍ତି | ଓଡ଼ିଆ ଆଲବମ ତଥା ଫିଲ୍ମ ଜଗତରେ ସୁନାମ ଅର୍ଜନ କରିଥିବା ଆପଣଙ୍କ ଅତି ପ୍ରିୟର ନାୟିକା ଶ୍ରଦ୍ଧା ପାଣିଗ୍ରାହୀ ଏଥ୍ରେ ଏକ ନିଆରା ଢଙ୍ଗରେ ଅଭିନୟ କରିଥିବା ବେଳେ ତାଙ୍କ ସହ ଚର୍ଚ୍ଚାରେ ଥିବା ସିରିଏଲ ଦୁନିଆର ନାୟକ ଜ୍ୟୋତି ପ୍ରକାଶ ପଣ୍ଡା ଏଥ୍ରେ ଅଭିନୟ କରିଛନ୍ତି | ତାଙ୍କ ଦୁହିଁଙ୍କ ଯୋଡିକୁ ସିରିଏଲ ହେଉ କିମ୍ବା ଆଲବମ ହେଉ ଦର୍ଶକମାନେ ଖୁବ ପସନ୍ଦ କରନ୍ତି | ଅତି ସୁନ୍ଦର ଗୀତ ସାଙ୍ଗକୁ ଏକ ନିଆରା କାହାଣୀ ନେଇ ସିଦ୍ଧା ମ୍ୟୁଜିକ ଓ ଟିମ ଦ୍ବାରା ପ୍ରସ୍ତୁତ ଏହି ମ୍ୟୁଜିକ ଭିଡ଼ିଓଟି ନିଶ୍ଚିତ ଭାବେ ଆପଣଙ୍କ ମନୋରଞ୍ଜନ କରିବ |