#Breaking News

ସ୍କୁଟି ଦୁର୍ଘଟଣାରେ ୩ ଛାତ୍ରୀ ଗୁରୁତର


ଫୁଲ ବାଣୀ-(ସୁନୀଲ ପଟନାୟକ)
ଶୁକ୍ର ବାର ଏକ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ହୋଇପଡିବା ଫଳରେ ଏଥିରେ ଯାଉଥିବା ୩ ଜଣ ଛାତ୍ରୀ ଗୁରୁତରଆହତ ହୋଇଥିବା ଜଣାପଡିଛି । ବାଲିଗୁଡ଼ା ନିକଟ ସିତାପୋଡି ନିକଟରେ ଏକ ବୁଲାଣି ରେ ଭାରସାମ୍ୟ ହରାଇ ରାସ୍ତାକଡ଼ ବାରୀ 6କଟରେ ପିଟି ହୋଇଯାଇଥିଲା ଫଳରେ ଚାଳକ ସମେତ ୩ ଜଣ ଯାକ ସ୍କୁଟିରୁ ଛିଟିକି ପଡିବା ଫଳରେ ଆହତ ହୋଇଥିଲେ । ଆହତ ୩ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତୀ କରିଥିଲେ । ଦୁର୍ଘଟଣାଗ୍ରସ୍ତ ସ୍କୁଟି ନମ୍ଵର ଓଡ଼ି୧୨ ବି୯୨୮୦.
ବୋଲି ଜଣାପଡିଛି ।
ଦୃତଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଚାଳକଙ୍କ ଲାଇସେନ୍ସ ଅଛି କି ନାହିଁ, ହେଲମେଟ ପିନ୍ଧି ଥିଲେ କି ନାହିଁ, ୩ଜଣ କାହିଁକି ଯାଉଥିଲେ। ଗାଡିର ସମସ୍ତ କାଗଜପତ୍ର ଠିକ ଅଛି କି ନାହିଁ ଏ ସବୁର ପୋଲିସଯାଞ୍ଚ କରିବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କୁହାଯାଉଛି । ତେବେ ପୋଲିସ ନିୟମିତ ଗାଡି ମଟର ଯାଞ୍ଚ ନକରିବା ଫଳରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଥିବା ଦେଖାଯାଉଛି । ଏଣୁ ପୋଲିସ ନିୟମିତ ଗାଡି ମଟର ଯାଞ୍ଚ କରିବାକୁଦାବୀ ହେଉଛି ।

Leave a comment

Your email address will not be published. Required fields are marked *