#Breaking News

ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମେଳା

ଢେଙ୍କାନାଳ: ଆଜିଠୁ ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଜୋରନ୍ଦା ମେଳା। ତିନି ଦିନ ଧରି କୋଭିଡ କଟକଣା ଭିତରେ ଚାଲିବ ମେଳା।

ଆଜି ପ୍ରାତଃ ୩ ଘଟିକା ଠାରୁ ମନ୍ଦିର ଚତ୍ରୁପାର୍ଶ୍ଵରେ ଚନ୍ଦନ ଅଗୁରୁ ପାଣି ଛିଞ୍ଚନ କରାଯାଇଥିଲା ଓ ପରେ ଖଡ଼ିକା ଦ୍ୱାରା ଚାରି ପଟ ଓଳା ଯାଇଥିଲା।

ସକାଳ, ମଧ୍ୟାନ୍ନ ଓ ସନ୍ଧ୍ୟାରେ ମନ୍ଦିର ଚତ୍ରୁପାର୍ଶ୍ଵରେ ଚାମର ସେବା କରାଯାଇଥିଲା। ସନ୍ଧ୍ୟାରେ ଘୃତ ଆହୁତି ସହ ଅଖଣ୍ଡଦୀପ ଜଳା ଯାଇଥିଲା। ଅଲେଖ ମହିମା ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଜୋରନ୍ଦା ପୀଠ।

ମେଳାରେ ଖାଦ୍ୟ ସାମଗ୍ରୀ, ପିଲାଙ୍କ ଖେଳନା ଆଦି ବିକ୍ରି କରାଯାଉଛି।

Leave a comment

Your email address will not be published. Required fields are marked *