ଢେଙ୍କାନାଳ ସାଇ ମନ୍ଦିରରେ ପାଲିଙ୍କି ଶୋଭାଯାତ୍ରା
ସାଇ ସତସଙ୍ଗ ସେବା ଟ୍ରଷ୍ଟ ଢେଙ୍କାନାଳ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଫେବୃଆରୀ 10ତାରିଖ ଗୁରୁବାର ରେ ଶିରିଡି ରେ ତୃତୀୟ ଥର ପାଇଁ ପାଲିଙ୍କି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି. ଏହି ଶୋଭାଯାତ୍ରା ଶିରିଡି ର ଖୋଣ୍ଡବା ମନ୍ଦିର ରୁ ବାହାରି ଶିରିଡି ର ମୁଖ୍ୟ ରାସ୍ତା ଦେଇ ଶିରିଡି ଗ୍ରାମ ପରିକ୍ରମା କରି ସଂସ୍ଥାନ ର ଦ୍ୱାରକାମୟୀ ରେ ପଂହଁଚି ଥିଲା. ଏଥିରେ ଓଡିଶା ର ଢେଙ୍କାନଳ, କଟକ,ପୁରୀ, ଭୁବନେଶ୍ୱର, ଭଦ୍ରକ, ଅନୁଗୁଳ, ରାଉରକେଲା, ଜଗତସିଂହପୁର,ସମ୍ବଲପୁର,ଜିଲ୍ଲା ରୁ ବହୁତ ଭକ୍ତ ଯୋଗଦାନ ଦେଇଥିଲେ ଓ ଶିରିଡି ଗ୍ରାମ ର ବହୁତ ସଂଖ୍ୟା ରେ ଶ୍ରଦ୍ଧାଳୁ ମାନେ ଘଣ୍ଟ ଖୋଳ ମୃଦଙ୍ଗ ସହିତ ଯୋଗ ଦେଇ ଥିଲେ. ଶୋଭାଯାତ୍ରା ର ମୁଖ୍ୟ ଆକର୍ଷଣ ଥିଲା ମହାରାଷ୍ଟ୍ର ର ପ୍ରସିଦ୍ଧ ଚାଙ୍ଗୁଡ଼ି ବାଜା. ସାଇ ବାବା ଙ୍କ ଜୟ ଜୟକାର ଧ୍ୱନି ରେ ଶିରିଡି ମାଟି ପ୍ରକମ୍ପିତ ହୋଇଥିଲା. ସମସ୍ତ ଭକ୍ତ ମାନଙ୍କୁ ହାଲୱା ପ୍ରସାଦ ବିତରଣ କରାଯାଇଥିଲା ଓ ସନ୍ଧ୍ୟାରେ ସମାଧି ମଣ୍ଡପ ରେ ସତସଙ୍ଗ କାର୍ଯ୍ୟକ୍ରମ ହୋଇଥିଲା ବୋଲି ଟ୍ରଷ୍ଟ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି