ପ୍ରଧାନ ପାଲି ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ରାସ୍ତା ଅବରୋଧ
ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ପଧାନପାଲି ନିକଟସ୍ଥ ୬ ନଂ ଜାତୀୟ ରାଜପଥ ବାଇପାସ୍ ରାସ୍ତା ରେ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ଚାଲିଥିବା ବେଳେ ଛିଡ଼ା ହୋଇଥିବା ଏକ ଟ୍ରକ କୁ ଅନ୍ୟ ଏକ ଟ୍ରକ ପଛ ପଟୁ ଧକ୍କା ଦେବା ଫଳରେ ଜଣେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଟ୍ରକ ସିଜି ୦୪ ଏନଜି ୪୬୭୫ ଯାଞ୍ଚ ପାଇଁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ମୁମ୍ବାଇ ରୁ କୋଲକତା ପଟକୁ ଦ୍ରୁତ ଗତିରେ ଯାଉଥିବା ଆରଜେ ୧୧ ଛିଡି ୮୪୦୫ ନଂ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଫଳରେ ଟ୍ରକ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ସେଠାରେ ଯାଞ୍ଚ କରୁଥିବା ଏମଭିଆଇ ଅରୁଣ କୁମାର ସାହୁ ପୋଲିସ ଓ ଆମ୍ବୁଲାନ୍ସ କୁ ଖବର ଦେବା ପରେ ଘଟଣାସ୍ଥଳରୁ ଆହତ ଡ୍ରାଇଭର କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବାଇପାସ୍ ରାସ୍ତା ରେ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କରୁଥିବା ବେଳେ ପ୍ରାୟ ସମୟରେ ଦୂର୍ଘଟଣା ଘଟୁଥିବା ପ୍ରତିବାଦରେ ଓଡ଼ିଶା ମୋଟର ଯାନ ସଂଘ ର କର୍ମକର୍ତ୍ତା ମାନେ ରାସ୍ତା ଅବରୋଧ କରିଥିଲେ। ଫଳରେ ଅନେକ ସମୟଧରି ଶହଶହ ଯାନବାହାନ ଅଟକି ରହିଥିଲା। ପରେ ପୋଲିସ ଏବଂ ପରିବହନ ବିଭାଗ ର ଅଧିକାରୀ ସେଠାକୁ ପହଞ୍ଚି ଆଲୋଚନା କରିଥିଲେ।
Odia 










































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































