#Breaking News

ସ୍ବର୍ଗତ ବିପ୍ର ଚରଣ ପଟ୍ଟନାୟଜଙ୍କ ସ୍ମୃତିରେ ସ୍ମୃତିସଭା

ଫୁଲବାଣୀ (ସୁନୀଲ ପଟନାୟକ )
ବିଶିଷ୍ଟ ଶିକ୍ଷାବିତ, ସୁସାହିତ୍ୟିକ, ଛାତ୍ରବତ୍ସଳ ଗୁରୁ ତଥା ସମାଜସେବୀ ସ୍ବର୍ଗତ ବିପ୍ର ଚରଣ ପଟ୍ଟନାୟକ ଙ୍କ ସ୍ମରଣରେ ସ୍ଥାନୀୟ ବନାନୀ କଳା ସଙ୍ଗମଠାରେ କରୋନା କଟକଣା ନିୟମ ଅନୁସାରେ ଏକ ସ୍ମୃତି ସଭା ବରିଷ୍ଠ ନାଗରିକ ସଙ୍ଘ, ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ, ମିଳିତ ନାଗରିକ କମିଟି, ପ୍ରେସ କ୍ଲବ, ଆଇନଜୀବୀ ସଙ୍ଘ, ଲେଖକ ସାମ୍ମୁଖ୍ୟ, ସମ୍ବାଦ ସାହିତ୍ୟ ଘର ଓ ରୋଟାରୀ କ୍ଲବଙ୍କ ମିଳିତ ଅନୁକୁଲ୍ୟରେ ଆୟୋଜିତ ହୋଇ ଯାଇଛି l ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ସମ୍ବାଦ ସାହିତ୍ୟ ଘରର ସଭାପତି ରବୀନ୍ଦ୍ର ନାଥ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବ୍ରଜ କିଶୋର ପଟ୍ଟନାୟଜ, ଆଇନଜୀବୀ ଭଗବାନ ମହାନ୍ତି, ଜିଲ୍ଲା ଲେଖକ ସାମ୍ମୁଖ୍ୟ ସମ୍ପାଦକ ବନବିହାରୀ ନନ୍ଦ, ସାମ୍ବାଦିକ ସନ୍ତୋଷ କୁମାର ଦିଗଲ, ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର, ସ୍ଵାତି ଅନୁଷ୍ଠାନର ସମ୍ପାଦକ ହରିଶଙ୍କର ରାଉତ, ରୋଟାରୀଆନ ପ୍ରସନ୍ନ କୁମାର ପଣ୍ଡା, ମିଳିତ ନାଗରିକ କମିଟିର ସଭାପତି ଡ଼ଃ ଅରୁପ ଜେନା, ସମ୍ବାଦ ସାହିତ୍ୟ ଘର ର ସଂଯୋଜକ ଡ଼ଃ ରଞ୍ଜନ ପ୍ରଧାନ, ପ୍ରେସ କ୍ଲବର ସଭାପତି ସୁନୀଲ ପଟ୍ଟନାୟକ, ଆଇନୀଜୀବୀ ସଂଘର ସମ୍ପାଦକ ଅଜିତ ପଟ୍ଟନାୟିକ ଅବସରପ୍ରାପ୍ତ କର୍ମଚାରୀ ସଂଘର ଦୁର୍ବାସା ସେଠି ପ୍ରମୁଖ ସ୍ବର୍ଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସ୍ମୃତି ଚରଣ କରିଥିଲେ l ବକ୍ତା ମାନେ ତାଙ୍କର ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ l ସେ ଜଣେ ମିଷ୍ଠଭାସୀ ପରୋପକାରୀ,ମାନବବାଦୀ ବ୍ୟକ୍ତି ଥିଲେ l
ମିଳିତ ନାଗରିକ କମିଟିର ଆବାହକ ଅଶୋକ କୁମାର ପରିଡା ଙ୍କ ସଂଯୋଜନାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଶେଷରେ ଫୁଲବାଣୀ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ କୈଳାଶ ଚନ୍ଦ୍ର ଧଳ ଧନ୍ୟବାଦ ଅର୍ପଣ କରଥିଲେ l

Leave a comment

Your email address will not be published. Required fields are marked *