ଆଶ୍ରମ ରୁ ଚନ୍ଦନ ଗଛ ଚୋରି ପରେବନବିଭାଗ ର ପେଟ୍ରୋଲିଙ୍ଗ ଜୋରଦାର
ଫୁଲବାଣୀ(ସୁନୀଲ ପଟନାୟକ )
ଶନିବାର ବିଳମ୍ବିତ ରାତିରେ ଫୁଲବାଣୀ ଜଗନ୍ନାଥ ମନ୍ଦିର ନିକଟସ୍ଥ ନିଗମାନନ୍ଦ ଆଶ୍ରମ ପରିସରରୁ 4ଟି ମୂଲ୍ୟବାନ ଚନ୍ଦନ ଗଛକୁ କାଟିଦେବା ପରେ ଡ଼ିଏଫଓ ଙ୍କ ନିର୍ଦେଶ ରେ ବନ ବିଭାଗ କର୍ମଚାରୀ ମାନେ ପେଟ୍ରୋଲିଙ୍ଗ କୁ ଜୋରଦାର କରିଛନ୍ତି l ରାତି ରେ ସହର ଓ ନିକଟବର୍ତୀଗ୍ରାମ ଗୁଡିକ ବୁଲି ପାଟ୍ରୋଲିଂ କରିବା ସହ ଚଢ଼ାଉ କରିଥିବା କଥା ବନ କର୍ମଚାରୀ ପ୍ରେମାନନ୍ଦ ସାହୁ କହିଛନ୍ତି l
ତେବେ , ଚାରୋଟି ଚନ୍ଦନ ଗଛ କାଟିଦେଇଥିବା ବେଳେ ଦୁଇଟି ଗଛ କୁ ଦୁର୍ବୁତ୍ତ ମାନେ ନେଇଯାଇଥିବାବେଳେ ଆଉ ଦୁଇଟି ଗଛକୁ ନେଇ ନପାରି ଛାଡି ଚାଲିଯାଇଥିଲେ l
କଟା ଚନ୍ଦନ ଗଛ ପଡିଥିବା ପାଖ ଘର ଲୋକ ଦେଖି ଜଣାଇବାରୁ ଆଶ୍ରମ କତୃପକ୍ଷ ବନ ବିଭାଗ କୁ ଖବର ଦେଇଥିଲେ। ତେବେ ବନ ବିଭାଗ ଘଟଣା ସ୍ଥଳ ରେ ପହଂଚିକଟା ଯାଇଥିବା ଗଛ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ ବି ଏ ନେଇ କାହାରିକୁ ଗିରଫ କରିନଥିବା ଜଣା ପଡ଼ିଛି l
ତେବେ, ଅତିଶୀଘ୍ର ଦୁର୍ବୁତ୍ତ ଙ୍କୁ ଗିରଫ କରାଯିବ ବୋଲି ବନ ବିଭାଗ ରେଞ୍ଜର ସଚ୍ଚିଦାନନ୍ଦ ସେଠି କହିଛନ୍ତି l
ପୂର୍ବରୁ ରେଞ୍ଜର ସେଠି ବହୁ କାଠ ଚୋର ଙ୍କୁ ସାବାଡ଼ କରୁଥିବାରୁ ଜଙ୍ଗଲ କ୍ଷୟ କମିଯାଇଛି l