ପିଲାମାନଙ୍କ ଶୁଭ ମନାସି ମା ମାନେ ପାଳିଲେ ଦାଣ୍ଡପହଁରା ଓଷା

ଆଠଗଡ (ଉଲାପ୍ର)ପିଲାମାନଙ୍କ ଶୁଭ ମନାସି ମାମାନେ ପାଳିଛନ୍ତି ଦାଣ୍ଡପହଁରା ଓଷା ବା ବାଟ ଓଷା।ଏହି ଓଷା କାହିଁକେଉଁ କାଳରୁ ଅନୁଷ୍ଠିତ ବୋଇ ଆସୁଛି।ଆଠଗଡ ରେ ଆଜି ଏହି ନିଆରା ଦାଣ୍ଡପହଁରା ଓଷା ଦେଖିବାକୁ ମିଳିଥିଲା, ଗୋଟିଏ ଛୋଟିଆ ଛୁଆକୁ ତାର ମା କାନ୍ଧରେ ବାହୁଙ୍ଗି କାନ୍ଧେଇ ପୂଜା ସ୍ଥଳକୁ ଆଣିବା ଘଟଣା ଥିଲା ନିଆରା ପରମ୍ପରା, ମାମାନେ ହୁଳହୁଳି ପକାଇ ଛୁଆଟିର ଶୁଭ ମନାସି ଥିଲେ,ପିଲାଟିର ମା ସେ ଛୁଆଟିର ମାନସିକ କରିଥିଲା ପିଲାଟିର ଦେହ ଭଲ ହୋଇଗଲେ ତାର ମା ଦାଣ୍ଡପହଁରା ଓଷା କରିବ ଓ ପିଲାଟିକୁ ବାହୁଙ୍ଗି ଦେଇ ଦୁଇପଟେ ଭୋଗ ଦେଇ ପୂଜା ସ୍ଥଳକୁ ନେବ,ଏଭଳି ବିଶ୍ୱାସ ଆଜି ଦେଖିବାକୁ ମିଳିଛି ଆଠଗଡ ରେ,ଅନେକ ମହିଳା ନିଜ ପିଲାମାନଙ୍କର ଶୁଭ ମନାସି ଓଷା କରିଥିବା ବେଳେ ସନ୍ଧ୍ୟାରେ ଓଷା କରିସାରି ପିଲାମାନଙ୍କୁ ସାଙ୍ଗରେ ଧରି ବଜ୍ରମୁଳି ରେ ଦାଣ୍ଡ ଓଳାଇ ଥିଲେ,ଯାହାକି ଏହି ଓଷାକୁ ଦାଣ୍ଡ ପହଁରା ଓଷା ବୋଲି କହିଥାନ୍ତି।