ଗୋପୀନାଥପୁର ସିଂହନାଥ ବୈଦେଶ୍ୱର ହାଇଲେବୁଲ ସେତୁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଲୋକାର୍ପିତ,ଦକ୍ଷିଣାଞ୍ଚଳ ସହିତ ଯୋଡ଼ିହେଲା ପଶ୍ଚିମାଞ୍ଚଳ

ବଡମ୍ବା(ଉଲାପ୍ର)କଟକ ଜିଲ୍ଲା ବଡମ୍ବା ଏବଂ ବାଙ୍କୀ ଇତିହାସ ରେ ଯୋଡ଼ିହେଲା ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ,ମହାନଦୀ ଉପରେ ଯୋଡି ହେଲା ବହୁ ପ୍ରତୀକ୍ଷିତ ସମ୍ପର୍କର ସେତୁ ,ଲୋକାର୍ପିତ ହୋଇଛି ବହୁପ୍ରତିକ୍ଷିତ ଗୋପୀନାଥପୁର ସିଂହନାଥ ବୈଦେଶ୍ୱର ହାଇଲେବୁଲ T ସେତୁ, ବଡମ୍ବା-ଗୋପିନାଥପୁର ଠାରୁ ବାଙ୍କୀ ବୈଦେଶ୍ୱର କୁ ସଂଯୋଗ ହୋଇଥିବା ଏହି ଟି-ସେତୁ ନିର୍ମାଣ ହେବା ଫଳରେ ଭୁବନେଶ୍ୱର-ପୁରୀ-ଖୋର୍ଦ୍ଧା-ନୟାଗଡ-ବ୍ରହ୍ମପୁର ସହିତ ଢେଙ୍କାନାଳ, ଅନୁଗୁଳ ଓ ବୈାଦ୍ଧ ଜିଲ୍ଲାକୁ ଯୋଗାଯୋଗ ସୁଗମ ହୋଇପାରିଛି,କଟକ ଜିଲ୍ଲାର ବଡମ୍ବା
ଗୋପୀନାଥପୁର ନିକଟ ଖେଳପଡ଼ିଆ ଠାରେ ମହାନଦୀ ଉପରେ ନିର୍ମାଣ ହୋଇଛି ଏହି ଟି-ସେତୁ ।ଏହି ସେତୁଟିର ଲମ୍ବ ୩ କିଲୋମିଟର ୧୧୮ ମିଟର ହୋଇଥିବାବେଳେ ।ସେତୁର ମଧ୍ୟ ଭାଗରୁ ବାବା ସିଂହନାଥ ଙ୍କ ଶୈବପୀଠକୁ ଏକ ସେତୁ ଯୋଡାଯାଇଥିବାରୁ ଏହାକୁ ଟି-ସେତୁ ବୋଲି ଅବିହିତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଏହି ସର୍ବବୃହତ ଏହି ସେତୁର ଲୋକାର୍ପଣ ସୋମବାର ଦିନ ସିଂହନାଥ ଙ୍କ ବାର ସୋମବାର ୧୧ ଘଟିକା ରେ ଗୋପୀନାଥପୁର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁକୁ
ଲୋକାର୍ପଣ କରିଛନ୍ତି,ଏକ ସାଧାରଣ ସଭାରେ ସ୍ଥାନୀୟ ଜନସାଧାରଣଙ୍କୁ ଉଦବୋଧନ ଦେଇ ସେତୁ ଲୋକାର୍ପଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଏହି ସେତୁ ସଂଯୋଗର ସେତୁ,ଏହା ଦକ୍ଷିଣାଞ୍ଚଳ ସହିତ ପଶ୍ଚିମାଞ୍ଚଳ ସହିତ ଯୋଡି ହୋଇ ପାରିଥିବାରୁ ଏହା ସମ୍ପର୍କର ସେତୁଭଳି କାର୍ଯ୍ୟକରିବ,ଏହି କାର୍ଯ୍ୟକ୍ରମ ରେ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର,ଖଣି ମନ୍ତ୍ରୀ ପ୍ରଫୁଲ ମଲିକ,ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଥିଲେ,
ସୁରକ୍ଷା ଦୃଷ୍ଟିରୁ ୧୮ପ୍ଲାଟୁନ ପୋଲିସ ଫୋର୍ସଙ୍କୁ ନିୟୋଜିତ କରିବା ସହ ବିଭାଗୀୟ ଅଧିକାରୀ ମାନେ ସଭାସ୍ଥଳରେ ଉପସ୍ଥିତ ଥିଲେ।ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ୨୦୧୪ରେ ଏହି ସେତୁର ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିବା ବେଳେ,କିଛି ବୈଷୟିକ ତ୍ରୁଟି କାରଣରୁ ଏହାର ନିର୍ମାଣ କାର୍ଯ୍ୟ ରେ ବିଳମ୍ବ ହୋଇଥିଲା,୨୦୧୮ ମସିହାରୁ ଏସ୍ପି ସିଙ୍ଗଲ କଂଷ୍ଟ୍ରକ୍ସନ ଠିକା ସଂସ୍ଥା ଦ୍ୱାରା ଏହାର କାର୍ଯ୍ୟ ଆରମ୍ଭ ହୋଇ ୩ ବର୍ଷର ସମୟସୀମା ମଧ୍ୟରେ ସେତୁର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇପାରିଥିବାରୁ ଠିକାସଂସ୍ଥା କୁ ବିଭାଗୀୟ ଅଧିକାରୀ ମାନେ ପ୍ରନ୍ସସା କରିଥିଲେ।