#Breaking News

ଜିଲ୍ଲା ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା ଭିଜନ ୨୦-୨୪ ବିକାଶ କ୍ରିକେଟ କ୍ଲବ ଓ ଗୋଡଭଗା ସେଣ୍ଟ୍ରାଲ ବିଜୟୀ

ବରଗଡ : ଆଜି ସ୍ଥାନୀୟ ବିକାଶ କ୍ରିକେଟ ଗ୍ରାଉଣ୍ଡ ଓ କଟାପାଲି ଗ୍ରାଉଣ୍ଡ ଠାରେ ଭିଜନ ୨୦-୨୪ ରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ କ୍ରିକେଟ ର ପ୍ରତିଯୋଗିତା ରେ ବରଗଡ ବିକାଶ କ୍ରିକେଟ କ୍ଲବ ଓ ଗୋଡଭଗା ସେଣ୍ଟ୍ରାଲ ବିଜୟୀ ବିଜୟୀ ହୋଇଛି।
ଆଜି ବିକାଶ ଗ୍ରାଉଣ୍ଡ ରେ ବରଗଡ ଫାଇଟରସ କ୍ଲବ ପ୍ରଥମେ ବ୍ୟାଟିଂ କରି ମାତ୍ର ୩୨ ଓଭର ରେ ୮୪ ରନ କରି ଅଲ୍ ଆଉଟ୍ ହୋଇ ଯାଉଥିଲେ। ରାହୁଲ୍ ସରାଫ ୨୫ ରନ, ଅଭିମନ୍ୟୁ ଶା ୧୩ ରନ, ଜୀୟାୟୁର ରେହେମାନ୍ ୧୦ ରନ କରିଥିଲେ।ବିକାଶ ପକ୍ଷରୁ ରାହୁଲ୍ ଚୌଧୁରୀ ୨୯/୩,ରାକେଶ ରଞ୍ଜନ କିଷାନ ୧୩/୨ ଓ ରୋହିତ ସିଂ ୨୯/୨ ୱିକେଟ ନେଇଥିଲେ। ଜବାବ ରେ ବିକାଶ ରାକେଶ ରଞ୍ଜନ କିଶାନ ୩୬ ରନ,ନିହାର ରଞ୍ଜନ ବେହେରା ୨୩ ରନ କରିଥିଲେ।ଦଳ ମାତ୍ର ୧୨.୧ ଓଭର ରେ ୮୫/୧ ରନ କରି ମ୍ୟାଚ୍ କୁ ୯ ୱିକେଟ ରେ ଜିତି ନେଇଥିଲା।
ଆଜିର ଖେଳ ପରିଚାଳନା କରିଥିଲେ ଅକ୍ଷୟ ସାହାଣୀ ଓ ପ୍ରଦୀପ କୁମାର ଦାଶ। ସ୍କୋରର ଥିଲେ ରଜତ ଦାଶ।
କଟାପାଲି ଠାରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ ରେ ବରଗଡ ପ୍ରାଇଡ ଦଳ ଓ ଗୋଡଭଗା ସେଣ୍ଟ୍ରାଲ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ରେ ପ୍ରଥମେ ବ୍ୟାଟିଂ କରି ଗୋଡଭଗା ଦଳ ପ୍ରଭଞ୍ଜନ ସାହୁ ଙ୍କ ୭୩ ରନ,ବାଦଲ ପରଦେଶୀ ଙ୍କ ୨୮ ରନ ଫଳରେ ଦଳ ୩୨.୩ ଓଭର ରେ ୨୨୩ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା। ବରଗଡ ପ୍ରାଇଡ ପକ୍ଷରୁ ପୀକେଶ ସ୍ବାଇଁ ୫୮/୫ ,ସୌମ୍ୟ ରଞ୍ଜନ ରଥ ୫୭/୩ ୱିକେଟ ନେଇଥିଲେ।
ଜବାବ ରେ ବରଗଡ ପ୍ରାଇଡ ଦଳ ମାତ୍ର ୫୦ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା। ସୌରଭ ୮ ରନ ଓ ଜୟ ଦିପ ୭ ରନ କରିଥିଲେ। ପ୍ରତିପକ୍ଷ ଦଳ ର ବାଦଲ ପରଦେଶୀ ନିଶାଦ୍ ୨୮/୬, ଝସକେତନ୍ ସାହୁ ୧୩/୩ ୱିକେଟ ନେଇଥିଲେ। ମ୍ୟାଚ୍ ପରିଚାଳନା କରିଥିଲେ ସୁଶାନ୍ତ ପାଣିଗ୍ରାହୀ ଓ ଶୁଭମ୍ ପାତ୍ର।
ସ୍କୋରର ଥିଲେ ମନୋଜ ପାତ୍ର।

Leave a comment

Your email address will not be published. Required fields are marked *