ପ୍ରଶାସନ ଶୁଣିଲାନି : ଶେଷରେ ଲୋକେ ପାହାଡ଼ କାଟି ନିଜେ ତିଆରି କଲେ ରାସ୍ତା
ଫୁଲ ବାଣୀ (ସୁନୀଲ ପଟନାୟକ)
ବାରମ୍ଵାର ଗୁହାରୀ ପରେବି ପ୍ରଶାସନ ଶୁଣିଲାନି । ଶେଷରେ ଗ୍ରାମବାସୀ ଏକାଠି ହୋଇ ପାହାଡ଼ କାଟି ନିଜେ ତିଆରି କଲେ ଏକ ନୂଆ ରାସ୍ତା ଯାହ। ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।
ଏ ଭଳି ଏକ ଭଲ ଖବର ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ ପାଙ୍ଗାଲି ଗ୍ରାମରୁ ।
ଗ୍ରାମର ଶତାଧିକ ପୁରୁଷ ଓ ମହିଳା ହାତରେ କୋଡ଼ି ଶାବଳ ଧରି ରାସ୍ତା ନିର୍ମାଣ କରୁଛନ୍ତି।
ସେମାନଙ୍କ ଗ୍ରାମରେ ପ୍ରାକୃତିକ ସୁନ୍ଦର ପରିବେଶ ମଧ୍ୟରେ ମାଡ଼ା ଏଜୁ ନାମକ ଏକ ଜଳପ୍ରପାତ ରହିଛି । ବର୍ଷ ତମାମ ଏଠାରେ ପାଣି ପଡିଥାଏ। ଫଳରେ ଦାରିଙ୍ଗବାଡି ଆସୁଥିବା ପର୍ଯ୍ୟଟକ ମାନେ ଏହି ଅଞ୍ଚଳକୁ ମଧ୍ଯ ବୁଲିବାକୁ ଆସନ୍ତି । ହେଲେ ଭଲ ରାସ୍ତା ନଥିବା ଫଳରେ ପର୍ଯଟକମାନେ ଅସୁବିଧାରେ ପଡୁଛନ୍ତି । ଏଣୁ ରାସ୍ତା ନିର୍ମାଣ ହେଲେ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନେ ବେଶ ସୁବିଧାରେ ଯାଆ ସ କରିପାରିବେ ଅଞ୍ଚଳର ବିକାଶ ଘଟିବ ।
ଏଣୁ ଏହି ଗ୍ରାମର ଲୋକେ ଗତ ପ୍ରାୟ ମାସେ ହେଲାରାସ୍ତା ନିର୍ମାଣରେ ଲାଗି ପଡିଛନ୍ତି । ନିଜ ନିଜ ଭିତରେ ୫୦ ହଜାର ଟଙ୍କା ସଂଗ୍ରହ କରି ରାସ୍ତାକାମରେ ଖର୍ଚ କରୁଛନ୍ତି । ଏବେ ରାସ୍ତାକାମ ଶେଷ ହେବାକୁ ବସିଲାଣି। ପର୍ଯ୍ୟଟକମାନେ ମଧ୍ୟ ଗାଡି ନେଇ ନିଶ୍ଚିନ୍ତ ରେ ଯାଆସ କରୁଛନ୍ତି।
ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ପ୍ରଚାର ଓ ପ୍ରସାର କଲେ ଅଞ୍ଚଳକୁ ଅଧିକରୁଅଧିକ ପର୍ଯ୍ୟଟକ ଆସିବେ ଓ ଅଞ୍ଚଳର ବିକାଶ ସମ୍ଭବ ହୋଇପାରିବ ।