ଗିରି ଗୋବର୍ଦ୍ଧନ ପୂଜାରେ ବାଡିଖେଳ
ବରଗଡ଼ (ଉଲାପ୍ର)
ଶ୍ରୀ ଶ୍ରୀ ନୃସିଂହନାଥ ପବିତ୍ର ପୀଠରେ ଥିବା ସମଲେଶ୍ଵରୀ ମନ୍ଦିରରେ ପାଇକମାଳ ଯାଦବ ସମାଜ ପକ୍ଷରୁ ଗିରି ଗୋବର୍ଦ୍ଧନ ପୂଜା ମହୋତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି l ଗତ ତିନି ଦିନ ଧରି ଅନୁଷ୍ଠିତ ପୂଜା ମହୋତ୍ସବର ପ୍ରାରମ୍ଭରେ କଳସଯାତ୍ରା, ଗିରି ପୂଜନ, ଗୋ ଭୋଜନ, ପରମ୍ପରା ଅନୁଯାୟୀ ଗଉଡ ବାଡିଖେଳ, ସଞ୍ଚାର ବାହକ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପୂଜାକର୍ତ୍ତା ଭାବେ ଭୁବନେଶ୍ୱରପୁର ଗ୍ରାମର ଭରତ ଛତର ଓ ପୂର୍ଣ୍ଣିମୀ ଛତର ଦାୟିତ୍ଵ ତୁଲାଇଥିବା ବେଳେ ପଣ୍ଡିତ ଜୟକୁମାର ଆଚାର୍ଯ୍ୟ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ l ପୂଜାକମିଟିର ସଭାପତି ମଧୁସୂଦନ ପାଣ୍ଡେ, ସମ୍ପାଦକ ଗଙ୍ଗାଧର ବଗାର, ସମଲେଶ୍ଵରୀ ମନ୍ଦିର ସଭାପତି ସୁବାସ ହଂସ, ପାଇକମାଳ ବ୍ଳକ ସଭାପତି ବନମାଳୀ ଚନ୍ଦନ, ସମ୍ପାଦକ ବାଳକୃଷ୍ଣ ବନଛୋର, ପୂର୍ବତନ ଜିଲ୍ଲା ସଭାପତି ଡୋଲାମଣୀ ମାହାର, କୋଷାଧ୍ୟକ୍ଷ ମନୋହର ପୁଞ୍ଜି ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ l ଏହି ଅବସରରେ ସଂକ୍ରୀ ଗ୍ରାମର ବାଡିଖେଳ, କୃପାସିନ୍ଧୁ ପାଣ୍ଡେ ଏବଂ ତାଙ୍କ ସାଥି ପରିବେଷଣ କରିଥିଲେ। ସେହିପରି ସଞ୍ଚାର ବାହକ ପଦ୍ମନାଭ ମାହାର ଓ ଗିରିଧାରୀ ବାଗ ସଞ୍ଚାର ପରିବେଷଣ କରିଥିଲେ।