#Breaking News

ଲୋକ କଳା ଭବନ ରେ ଆଲୋଚନା ଚକ୍ର

ବରଗଡ଼
(ସତ୍ୟ ନାରାୟଣ ପ୍ରଧାନ)
ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଓ ମିଳିତ କଳାକାର ମଞ୍ଚ ପକ୍ଷରୁ ଆଜି ବରଗଡ଼ ସ୍ଥିତ ଲୋକ କଳା ଭବନ ଠାରେ ‘ ଲୋକକଳା କ୍ଷେତ୍ରରେ ପଶ୍ଚିମ ଓଡ଼ିଶା ର ଅବଦାନ ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାସଂଘ ର ଅଧକ୍ଷ ଚୈତନ୍ୟ ପାଇକ ଙ୍କ ସଭାପତିତ୍ବ ଅନୁଷ୍ଠିତ ସଭାରେ ଲୋକ କଳା ଗବେଷକ ତଥା ଶିକ୍ଷା ବିତ୍ ମୋହନ ସାହୁ ଯୋଗ ଦେଇ ଆମ ଅଞ୍ଚଳ ଲୋକ କଳା ର ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ। ପଶ୍ଚିମ ଓଡ଼ିଶା ରେ ଅନେକ ଲୋକ କଳା ଏ ଅଞ୍ଚଳବାସୀଙ୍କ ଜନଜୀବନ ସହ ଜଡ଼ିତ ଅଟେ। ଅନେକ ଲୋକ କଳା ଲୁପ୍ତପ୍ରାୟ ହେବାକୁ ବସିଲାଣି। ଏହାକୁ ଆଗାମୀ ପୀଢ଼ି ପାଇଁ ବଞ୍ଚାଇବା ର ଆବଶ୍ୟକତା ରହିଛି ବୋଲି କହିଥିଲେ। ଆଲୋଚନା ସଭା ରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭାସ ମହଲା, ଅଶ୍ବିନୀ ପଣ୍ଡା, ଶଙ୍କର ପଟ୍ଟନାୟକ, ଭୁବନେଶ୍ୱର ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଲୋକକଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରମୋଦ ମହାପାତ୍ର ଙ୍କୁ ସମ୍ମାନିତ କରାଯାଇଥିଲା।

Leave a comment

Your email address will not be published. Required fields are marked *