କୁମାରୋସ୍ଥାବ ସମିତି ଦ୍ୱାରା ଫୁଲ ବଉଳବେଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ,ସମ୍ବର୍ଦ୍ଧିତ ହେଲେ ସାହିତ୍ୟରେ ଡ଼ଃ ବନଲତା ମହାପାତ୍ର, କଳାରେ ବାଲୁକାଶିଳ୍ପୀ ଓମ ପ୍ରସାଦ ବାରିକ,ସମାଜସେବାରେ ସୁଚିତ୍ରା ମହାନ୍ତି

ଆଠଗଡ( ଉଲାପ୍ର)ଆଠଗଡ ର କୁମାରୋସ୍ଥବ ସମିତି,ଗଡଜାତ ପରିକ୍ରମା,ୟୁବା ଅନୁଷ୍ଠାନ ଓ ଇନର ହୁଇଲ କ୍ଲବ ର ମିଳିତ ଆୟୋଜନ ରେ ସ୍ଥାନୀୟ ଚାନ୍ଦବାଲି ଛକ ହନୁମାନ ମନ୍ଦିର ରେ ଆୟୋଜନ ହୋଇଯାଇଛି ସାଂସ୍କୃତିକ କାର୍ଯ୍ୟକ୍ରମ
ଫୁଲ ବଉଳବେଣୀ, ସନ୍ଧ୍ୟାରେ ଚାନ୍ଦ ବନ୍ଦାପନା ପରେ ଅନୁଷ୍ଠିତ ହୋଇଥିଲା ଏକ ସଭା,ଏଥିରେ କୁମାରୋସ୍ଥବ ସମିତିର ସଭାପତି ପୁଲିନ ମିଶ୍ର ସଭାରେ ସଭାପତିତ୍ୱ କରିଥିବା ବେଳେ ଇନର ହୁଇଲ କ୍ଲବ ର ସଭାପତି ଇନା ପୁରୋହିତ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଭାବେ ପ୍ରଫେସର ତଥା ସାହିତ୍ୟିକା ପ୍ରଣତି ପଣ୍ଡା ଯୋଗଦେଇ କହିଲେ ହଜି ଯାଉଥିବା ଫୁଲ ବଉଳବେଣୀ କାର୍ଯ୍ୟକ୍ରମ କୁ
ଆଠଗଡ ର କୁମାରୋସ୍ଥବ ସମିତି ଉଜିବିତ କରିପାରି ଥିବାରୁ ଏହା ନିଶ୍ଚିତ ଭାବେ ସାଧାରଣ ଲୋକ ଙ୍କ ମନକୁ ଛୁଇଁ ପାରିଛି ବୋଲି ଅତିଥିମାନେ ହୃଦୟଙ୍ଗମ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସ୍ଵାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ ଇନର ହୁଇଲ କ୍ଲବ ର ସଭାପତି ନିରଜ ନଳିନୀ ବେହେରା।ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ କୁମାରୋସ୍ଥବ ସମିତିର ସମ୍ପାଦକ କଳ୍ପଳତା ଦାଶ, ଏହି ଅବସରରେ କୁମାରୋସ୍ଥବ ସମିତି ତରଫରୁ ସାହିତ୍ୟ ରେ ଡ଼ଃ ବନଲତା ମହାପାତ୍ର, ସମାଜସେବାରେ ସୁଚିତ୍ରା ମହାନ୍ତି,କଳା ରେ ବାଲୁକାଶିଳ୍ପୀ ଓମ ପ୍ରସାଦ ବାରିକଙ୍କୁ ମାନପତ୍ର ଓ ଉତରୀୟ ପ୍ରଦାନ
କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଧନ୍ୟବାଦ ପ୍ରଦାନ କରିଥିଲେ ମଞ୍ଜୁ ଲତା ମହାଳିକ।ଫୁଲ ବଉଳବେଣୀ ଅବସରରେ ପ୍ରାରମ୍ଭରେ ଗୁରୁଦତ ନାୟକଙ୍କ ପରିଚାଳନା ରେ ସ୍ୱାଗତ ସଙ୍ଗୀତ ଫୁଲ ବଉଳବେଣୀ ସଙ୍ଗୀତ ପରିବେଷଣ କରାଯାଇଥିଲା,କଣ୍ଠଦାନ କରିଥିଲେ ସୌଜନ୍ୟା ରଥ,ମୋହିନୀ ସେଠି।ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ବେଳେ ସାଧାରଣ ଲୋକ ଏହାକୁ ମନଭରି ଉପଭୋଗ କରିଥିଲେ।