ହାତୀ କାଳିକା ଗ୍ୟାଙ୍ଗର ୨ଲୁଟେରାଙ୍କୁ ଗିରଫ କରିବା ପରେ SPଙ୍କ ପ୍ରେସ ମିଟ
ଢେଙ୍କାନାଳ, ଗତ ଅଗଷ୍ଟ ୧୯ ତାରିଖରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଓସ୍ତପାଳ ପେଟ୍ରୋଲ ପମ୍ପ ଡକାୟତି ମାମଲାରେ ୨ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ଦୁଇଟି ପିସ୍ତଲ, ୫ ଟି ମାଗଜିନ, ୨୦ ରାଉଣ୍ଡ ଗୁଳି, ୧୨ଟି ମୋବାଇଲ ଫୋନ ଓ ଦୁଇଟି ଭୁଜାଲି ଜବତ କରାଯାଇଛି। କୁଖ୍ୟାତ ହାତୀ କାଳିଆ ଗ୍ୟାଙ୍ଗର ଏହି ସଦସ୍ୟମାନେ ଘଟଣା ଦିନ ଢେଙ୍କାନାଳ ଓ କଟକ ଜିଲ୍ଲାର ୪ ଗୋଟି ପେଟ୍ରୋଲ ପମ୍ପ ଡକାୟତି କରିଥିଲେ।ଏହି ଘଟଣାରେ ପୂର୍ବରୁ ପୋଲିସ ଜଣଙ୍କୁ ଗିରଫ କରିଥିବାବେଳେ ଆଜି ୨ଜଣଙ୍କୁ ଗୀରଫ କରିବାରେ ସକ୍ଷମ ହୋଇଛି । ବଳଦିଆ ବନ୍ଧ ପେଟ୍ରୋଲ ପମ୍ପ ଡକାୟତି ଓ ୨ ଦିନ ତଳେ ଆଠଗଡ଼ ATM ଭ୍ୟାନ ଡକାୟତିରେ ସଂପୃକ୍ତି ସଂପର୍କରେ ଅନୁସନ୍ଧାନ ପାଇଁ ଏମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ ପୋଲିସ ନିସ୍ପତି ନେଇଛି । ଜଗତସିଂହପୁର ଅଞ୍ଚଳରେ ହାତୀ କାଳିଆ ଗ୍ୟାଙ୍ଗ ସହିତ ସପୃକ୍ତ ଏହି ୨ ଜଣଙ୍କ ନାମରେ ବିଭିନ୍ନ ଜିଲ୍ଲାରେ ୧୭ ଗୋଟି ମାମଲା ରହିଥିବା ଢେଙ୍କାନାଳ Spକେ ଶିବା ସୁବ୍ରମଣି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।