ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ଅଭାଷୀ ମାଧ୍ୟମରେ ଦିବଂଗତ ପୀତବାସ ଦଳବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ରେ ଶ୍ରଦ୍ଧାଞ୍ଜଳୀ ସଭା
ତା ୨୬/୯/୨୧ରିଖ ସୋମବାର ସନ୍ଧ୍ୟା ୭ ଘଟିକା ରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ସଭାପତି ଚକ୍ରଧର ତ୍ରିପାଠୀଙ୍କ ସଭାପତିତ୍ବରେ ସ୍ବର୍ଗତ ପୀତବାସ ଦଳବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କର ଶ୍ମୃତିଚାରଣ ପୂର୍ବକ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ନିଶିଗନ୍ଦ୍ଧା ସାହିତ୍ୟ ସଂସଦର ମାର୍ଗଦର୍ଶକ ଡଃ ଶ୍ରୀ ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଡଃ ପଦ୍ମନାଭ ତ୍ରିପାଠୀ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ସ୍ବର୍ଗତ ପୀତବାସ ଦଳବେହେରା ଙ୍କୁ ଶବ୍ଦ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ପ୍ରଥମେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା। ପରେ ଆକାଶବାଣୀର ବିଶିଷ୍ଟ କଣ୍ଠ ଶିଳ୍ପୀ ଶ୍ରୀ ଗଗନ ବିହାରୀ ସ୍ୱାଇଁ ଓ ଶ୍ରୀ କରୁଣାକର ଘଣ୍ଟୁ ଆଲ ମାର୍ମୀକ ଅଶ୍ରୁଳ ପୂର୍ଣ୍ଣ ଭଜନ ପରିବେଷଣ କରିଥିଲେ ।ଏହି ଅଭାସୀ ସ୍ମୃତିସଭାରେ ନିଶିଗନ୍ଧା ସାହିତ୍ୟ ସଂସଦର ସଭାପତି ଡଃ ରଜନୀ ରଞ୍ଜନ ଦାସ,ସମ୍ପାଦିକା ସରସ୍ବତୀ ନାୟକ, ବିଚିତ୍ରାନନ୍ଦ ବେବର୍ତ୍ତା,ଗୋବିନ୍ଦ ଚନ୍ଦ୍ର ଫାରାକ୍, ନିରଦ ଚନ୍ଦ୍ର ଜେନା, କୁଳମଣି ସାହୁ,ପ୍ରତିମା ପ୍ରଧାନ , ଆରୁଣୀ ତ୍ରିପାଠୀ,ରମାକାନ୍ତ ନାଏକ,କୈଳାଶ ବେହେରା,ଜ୍ୟୋତିରଂଜନ ଦାସ, ଅନୁସୂୟା ଦେବତା ପ୍ରମୁଖ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୪୦ଜଣ ବରିଷ୍ଠ, ବିଶିଷ୍ଟ ସାହିତ୍ୟ ପ୍ରେମୀ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଏହି ଅବସରରେ ଆଦର୍ଶ ଶିକ୍ଷକ, ସାହିତ୍ୟ ପ୍ରେମୀ, ନିଶିଗନ୍ଧା ର ଆଜୀବନ ସଦସ୍ୟ ତଥା ବହୁବିଧ ବ୍ୟକ୍ତିତ୍ୱର ଅଧିକାରୀ ସ୍ବର୍ଗତ ଦଳବେହେରାଙ୍କ ସ୍ମୃତି ରେ ଏକ କବିତାପାଠ ର ଆୟୋଜନ ମଧ୍ୟ ହୋଇଥିଲା । ଅନେକ କବି କବୟିତ୍ରୀ ନିଜ ନିଜର କବିତା ମାଧ୍ୟମରେ ହୃଦୟ ଭରା ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରିଶେଷରେ ସଭାପତି ଏହି ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ ଦଳବେହେରା ଙ୍କ ନାମରେ ନିଶିଗନ୍ଧା ର ପ୍ରତ୍ୟେକ କାର୍ଯ୍ୟକ୍ରମରେ ଜଣେ ପ୍ରତିଭାଧାରି ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ ବୋଲି ଘୋଷଣା କରିବା ସହ ଆସନ୍ତା ଗାନ୍ଧୀ ଜୟନ୍ତୀ ରେ ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ ପ୍ରଦାନ କରିଥିଲେ।ଏହି ଶ୍ରଦ୍ଧାଞ୍ଜଳୀ ସଭାକୁ ପ୍ରତିଷ୍ଠାତା ଶ୍ରୀ ବଳରାମ ତରାଇ ସଂଯୋଜନା ଓ ପରିଚାଳନା କରିଥିଲେ।
ନିଶିଗନ୍ଧା
ପରିଚାଳନା କମିଟି