ଘଣ୍ଟ,ଥାଳି ବାଡେଇ ଖଞ୍ଜଣି ବଜେଇ ଅଭିନବ ଉପାୟରେ ପ୍ରତିବାଦ କଲେ କଂଗ୍ରେସ ଦଳ
ଆଠଗଡ(ଉଲାପ୍ର)କେନ୍ଦ୍ର ରେ ଥିବା ବିଜେପି ମୋଦି ସରକାରଙ୍କ ଦ୍ୱାରା ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସ ର ଅହେତୁକ ମୂଲ୍ୟ ବୃଦ୍ଧି ଫଳରେ ସାଧାରଣ ଗରିବ ଓ ମଧ୍ୟବିତ୍ତ ପରିବାର ଉପରେ ଆର୍ଥିକ ବୋଝ ବଢି ବଢି ଚାଲିଛି। ପେଟ୍ରୋଲ ଓ ଡିଜେଲ ୧୦୦ ଟଙ୍କା ଛୁଇଁଲାଣି, ରନ୍ଧନ ଗ୍ୟାସ ୧୦୦୦ ଟଙ୍କା ରେ ପହଁଚିଲାଣି। ରାଜ୍ୟରେ ଥିବା ନବୀନ ସରକାର ଓ କେନ୍ଦ୍ର ଥିବା ମୋଦି ସରକାର ଟିକସ ବାବଦ ରେ ପ୍ରାୟ ୬୦ପ୍ରତିଶତ ରୁ ଅଧିକ ଅର୍ଥ ସାଧାରଣ ଜନତାଙ୍କ ଠାରୁ ଲୁଟୁଛନ୍ତି ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସ ରୁ। କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଏହି ଦ୍ରବ୍ୟରୁ ଟିକସ କମେଇବା ଦାବି ରେ କଂଗ୍ରେସ ଦଳ ପ୍ରତିବାଦ କରୁଛି। ସେହିପରି ଚାଷୀ ଧାନ ର ସର୍ବନିମ୍ନ ମୂଲ୍ୟ(ଏମଏସପି) କୁ ୨୯୩୦ଟଙ୍କା କୁ ବଢାଇବା ଓ ରାଜ୍ୟରେ ମଣ୍ଡି ରେ ଧାନ ବିକ୍ରୀ ପାଇଁ ଯେଉଁ ଟୋକନ ଦିଆଯାଇଥିଲା, ତାର ଅବଧି କୁ ଜୁଲାଇ୨୫ ତାରିଖ ପର୍ଯ୍ୟନ୍ତ ବଢାଇବା ଦାବି ନେଇ ଆଠଗଡ଼ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଆଜି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ନେତୃତ୍ୱରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ରୁ ଆଠଗଡ଼ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ପଟୁଆର ରେ ବାହାରି ରସରସିକ ପୁର, ରାଧାନାଥପୁର ଶାସନ ,ପୁରୁଣା ବସ ଷ୍ଟାଣ୍ଡ,ମୁଖ୍ୟ ବଜାର,ରଥଗଡା ,ଉପର ସାହି ରାସ୍ତା ଦେଇ ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ଥିଲେ। ବ୍ଲକ ଅଫିସ ସମ୍ମୁଖରେ ଘଣ୍ଟ, ଘଣ୍ଟି,ଝାଞ୍ଜ,ଢୋଲ, ମୃଦଙ୍ଗବଜେଇ ପ୍ରତିବାଦ କରିଥିଲେ। ଏହି ପ୍ରତିବାଦ ସଭା ରେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଭାଷଣ ରେ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସ ଉପରେ ଅତ୍ୟଧିକ ଟିକସ ବସେଇ ସାଧାରଣ ଗରିବ ଜନତାଙ୍କୁ ଲୁଟୁଛୁନ୍ତି, ତୈଳ ଦର ଅହେତୁକ ବୃଦ୍ଧି ଫଳ ରେ ଅତ୍ୟାବଶ୍ୟକ ସାମଗ୍ରୀ ର ଦାମ ବଢୁଛି। ଗରିବ,ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଜନତା ବହୁ କଷ୍ଟ ରେ ଜୀବନ ନିର୍ବାହ କରୁଛନ୍ତି। ସେହିପରି ଚାଷୀମାନଙ୍କ ବିରୋଧ ରେ ଆସିଥିବା କଳା ଆଇନ କୁ ପ୍ରତ୍ୟାହାର, ଧାନ ର ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବା ଓ ମଣ୍ଡି ରେ ଧାନ ବିକିବା ପାଇଁ ଯେଉଁ ଟୋକନ ଦିଆଯାଇଥିଲା ତାହାକୁ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ସମୟସୀମା ବଢ଼େଇବା ପାଇଁ ଦାବୀ କରିଥିଲେ।ଏହି ପ୍ରତିବାଦ ସଭାରେ କଂଗ୍ରେସ ନେତା ଶରତ ଦାଶ,ମଙ୍ଗୁଳି ଚରଣ ପାଣି, କିଶୋର ସାମନ୍ତରାୟ, ସଚ୍ଚିଦାନନ୍ଦ ପଣ୍ଡା,ସୁନୀଲ ସୁତାର,ସୁଦର୍ଶନ ସାହୁ, ଅଶୋକ ତ୍ରିପାଠୀ,ପ୍ରଫୁଲ୍ଲ ସାହୁ, ପ୍ରିୟନାଥ ମାଝୀ,ରମେଶ ରାଉତ,କୈଳାସ ସାହୁ,ଚତୁର୍ଭୁଜ ସ୍ୱାଇଁ,ମାନସ ରଞ୍ଜନ ପଟ୍ଟନାୟକ,ଅଶୋକ ଦାସ,ମିନିଷ୍ଟର ପ୍ରଧାନ, ରଜନୀ ଜେନା,ମହିଳା କଂଗ୍ରେସ ର କିଶୋରୀ ନାୟକ,ଫୁଲ ନାୟକ,ରମ୍ଭା ଭୋଇ,ବିଳାଶୀ ଭୋଇ, ରମା ଭୋଇ, ଯୁବ କଂଗ୍ରେସ ନେତା ମନୋରଞ୍ଜନ ପଟ୍ଟନାୟକ,ବିକ୍ରମ ରାୟସାମନ୍ତ,ଶିରିଶ ଧଳ,ପ୍ରଶାନ୍ତ ବେହେରା,ଶିତନ ଦାସ,ଅବିନାଶ ପ୍ରଧାନ,ରାହୁଲ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।