#Breaking News

କଟକ ରେ ବିଜେପିର ପ୍ରତିବାଦ ସଭା

କଟକ(ଉଲାପ୍ର)କଟକ ଯୋବ୍ରା ମାଛ ମାର୍କେଟ ରେ ସକାଳେ ଜୀବିକା ଅର୍ଜ୍ଜନ ପାଇଁ ଯାଇଥିବା ଛୋଟ ବେପାରୀଙ୍କ ଉପରେ ପୋଲିସ ଜୁଲୁମ ଓ ଅତ୍ୟାଚାର ପ୍ରତିବାଦରେ ଭାଜପା କଟକନଗର ତରଫରୁ ମାଲ ଗୋଦାମ ଥାନା ଘେରାଉ ଦିବା ୧୧.୪୫ ମିନିଟ ରେ କରାଯାଇଥିଲା। ଯୋବ୍ରା ମାଛ ବେପାରୀଙ୍କ ଠାରୁ ଅନ୍ୟାୟ ଭାବେ ଫାଇନ ମଗାଯାଉଥିବାରୁ ଏବଂ ଏହାର ପ୍ରତିବାଦ କରିବାରୁ ବିଜେପି କାର୍ଯ୍ୟକର୍ତାଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇଯିବା ଘଟଣାରୁ ଯୋବ୍ରା ମାଛ ବ୍ୟବସାୟୀ ସଂଘ ଓ କଟକନଗର ଭାଜପାର ପ୍ରମୁଖ କାର୍ଯ୍ୟକର୍ତା ମାନେ
ଥାନାଧିକାରୀଙ୍କୁ ବଦଳି ଓ ମୋବାଇଲ ଛଡ଼ାଇଥିବା ସେକେଣ୍ଡ ଅଫିସର ଙ୍କୁ ସସପେଣ୍ଡ କରିବା ଦାବିରେ ମାଲ ଗୋଦାମ ଥାନା ଘେରାଉ କରିଥିଲେ।କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ,ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ଶ୍ରୀ ସିକନ୍ଦର ଅଲ୍ଲୀ,ନଗର ସାଧାରଣ ସମ୍ପାଦକ ଶ୍ରୀ ବିଶ୍ୱରଞ୍ଜନ ମିଶ୍ର,ନଗର ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ସବିର,ଚିରଞ୍ଜୟ ବେହେରା,ଦୋଳଗୋବିନ୍ଦ ବେହେରା,ହୃଷିକେଶ ବେହେରା,କାଳିଆ ବେହେରା,ଛୋଟା ବେହେରା,ଆଞ୍ଜୁମ ବିବି,ଶେଖ ଚିକୁ,ନଇମ ଖାନ, ମହମ୍ମଦ ମୁସ୍ତାକିମ,ଅଯ଼ମତ ଖାନ ପ୍ରମୁଖ ନେତୃତ୍ୱ ନେଇଥିଲେ।

Leave a comment

Your email address will not be published. Required fields are marked *