ଅସୁସ୍ଥ ଯୁବତୀକୁ ଚିକିତ୍ସା ପାଇଁ ଏମସ ନେଲା ଟିମ ହ୍ୟୁମାନିଟି
ଫୁଲବାଣୀ- (ସୁନୀଲ ପଟନାୟକ)
ଅସୁସ୍ଥ ଯୁବତୀର ଚିକିତ୍ସା ପାଇଁ ଏମସ ନେଲା ଟି ମହ୍ୟୁମାନିଟି ।
ଫିରିଙ୍ଗିଆ ବ୍ଲକ ବରପଡା ଗ୍ରାମରଦାମ ସାହାଣୀଙ୍କ ଝିଅ ସୋନାଲି ସାହାଣୀ୨୧ ଗତ ଫେବୃଆରୀ 5 ତାରିଖରେ କୌଣସି ଏକ କIରଣ ରୁ ଶରୀରରେ ନିଆଲଗି ପ୍ରାୟ 40 ଭାଗ ପୋଡ଼ିଯାଇଥିଲା ସେହି ସମୟରେ ଦାମ ସାହାଣୀ ଗୁରୁତର ଅବସ୍ଥାରେଝିଅକୁ ପ୍ରଥମେ ଫୁଲବାଣୀ ଓ ତାପରେ ବ୍ରହ୍ମପୁର ଓ ପରେ କଟକ ନେଇ ଚିକିତ୍ସା କରାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଡାକ୍ତର ତାଙ୍କୁ ପ୍ଲାଷ୍ଟିକ ସର୍ଜରୀ କରିବାକୁ କହିବାରୁ ଅର୍ଥ ଅଭାବ ଯୋଗୁ ଘରକୁ ନେଇଆସିଥିଲେ ଏମିତି ରେ 2 ମାସ ବିତିଯାଇଥିଲା କୌଣସି ସୂତ୍ରରୁ ଟିମ୍ ହ୍ୟୁମାନୀଟି କନ୍ଧମାଳକୁଏ ବିଷୟରେ ଅ ଜଣାଇଥିଲେ ।ଖବର ପାଇବାପରେ ଟିମ୍ ର ସଦସ୍ୟ ତାଙ୍କ ବାସଭବନ ରେ ପହଂଚି ଆଲୋଚନା କରିବା ସହିତ ସୋନାଲିଙ୍କ ଚିକିତ୍ସା କରାଇବାକୁ ପ୍ରତିଶୃତି ଦେଇଥିଲେ ଯେତେବେଳ ଯାଇଁ ତାଙ୍କୁ କୌଣସି ମେଡିକାଲ ରେ ଭର୍ତି କରାଯାଇନାହିଁ ସେଦିନ ପର୍ଯ୍ୟନ୍ତ ଯାହା ଔଷଧ ଦରକାର ପଡିବ ଯୋଗାଇ ଦେଇଥିଲେ ଓ ମଙ୍ଗଳବାର ପ୍ରଥମେ ଫୁଲବାଣୀ ହସ୍ପିଟାଲ ରେ ଭର୍ତି କରାଇଥିଲେ ଓ ଆଜି ଭୁବନେଶ୍ୱର ଏମ୍ସ ହସ୍ପିଟାଲ କୁ ସ୍ଥାନାନ୍ତର କରାଇଛନ୍ତି ଓ ପରବର୍ତୀ ଚିକିତ୍ସା ଏମ୍ସ ହସ୍ପିଟାଲ ରେ କରାଯିବ ବୋଲି ଟିମ ହ୍ୟୁମାନିଟି ପକ୍ଷରୁ କୁହାଯାଇଛି।
ରମେଶ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ଵରେ ସଦସ୍ୟଭି ଲୋକନାଥ ରାଜୁ ପ୍ରଫୁଲ୍ଲ ପୃଷ୍ଟି, ହିମାଂଶୁ ନାୟକ, ଅନୁପପାତ୍ର ପ୍ରମୁଖ ସୋନାଲିକୁ ନେଇ ଭୁବେନଶ୍ଵରସ୍ଥିତ ଏମ.ସରେ ଭର୍ତ୍ତିକରିଛନ୍ତି।
ଫଳରେ ସୋନାଲୀ ଙ୍କ ପରୀ ବାର ସଦସ୍ୟ ଓ ଗ୍ରାମବାସୀ ଖୁସି ଅନୁଭବ କରିବା ସହ କୃତଜ୍ଞତା ଜଣାଇଛନ୍ତି।