କରୋନାରେ ପ୍ରଭାବିତ ଚାଷୀଙ୍କୁ ମାଗଣା ହଳଦୀ ଓ ଅଦା ବାଣ୍ଟିଲା ଆଇଟିଡିଏ
।
ଫୁଲବାଣୀ-( ସୁନୀଲ ପଟନାୟକ) କରୋନାର ଦ୍ୱିତୀୟ ଲହରକୁ ବ୍ରେକ୍ ଦେବା ଲାଗି ସରକାର ଗତ ମେ୫ରୁ ଲକଡାଉନ ଘୋଷଣା କରିଛନ୍ତି।
ଫଳରେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି ।
ଚାଷୀ ମଧ୍ୟ ଏଥିରୁ ବାଦ ପଡିନାହଁ।ନ୍ତି। ଫଳରେ କରୋନା ମହାମାରୀ ସମୟରେ ଚାଷୀମାନଙ୍କୁ ସହାୟତାର ହାତ ବଢ଼ାଇଛି ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ୍ନ ସଂସ୍ଥା (ଆଇଟିଡିଏ) । ଆଇଟିଡିଏ ପକ୍ଷରୁ ଫୁଲ ବାଣୀ, ଫିରିଙ୍ଗିଆ, ଓଖଜୁରିପଡ଼ା ବ୍ଳକର ଗ୍ରାମମାନଙ୍କରେ ୧୫ଟନ ଉର୍ଦ୍ଧ୍ୱ ହଳଦୀ ଓ,ଅଦା ବିହନ ମାଗଣାରେ ପ୍ରଦାନ କରାଯାଇଛି। ଏହି ଚାଷ କରି ଚାଷୀମାନେ କିଛି ମାତ୍ର।ରେ ରୋଜଗାରକ୍ଷମ ହୋଇପାରିବେ ବୋଲି ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର ଦାସ କହିଛନ୍ତି । ଆଇଟିଡିଏର ଜିବୀ କ।ମିଶନ କୋର୍ଡିନେଟର ବୈଦ୍ୟନାଥ ଖଟୁଆ ଓ ଅନ୍ୟ କର୍ମଚାରୀମାନେ ମିଶି ଏହି ୩ଟି ବ୍ଳକରେ ବୁଲିବୁଲି ଗରୀବ ନାମ ମାତ୍ର ଚାଷୀମାନଙ୍କୁ ବିହନ ପ୍ରଦାନ କରିଥିଲେ । ବିହନ ପାଇଚାଷୀମାନେ ଖୁବ୍ ଖୁସି ଅନୁଭବ କରିବା ସହ ଏହା ସେମାନଙ୍କ ଜିବିକା ନିର୍ବାହ କରିବାରେ ସହାୟକ ହେବ ବୋଲି କହିଛନ୍ତି । ତେବେ ସେମାନଙ୍କୁ ବାଡ, ସାର ଓ କୀଟନାଶକ ବାବଦରେ ବିଭାଗ ଯଦିକିଛି ଆର୍ଥୀକ ସହାୟତା ଯୋଗାଇ ଦିଅନ୍ତି ତେବେ ଭଲ ହେବ ବୋଲି କହିଛନ୍ତି ।