ପୁଣି ଫୁଟିଲା ବ୍ରହ୍ମ କମଳ ଫୁଲ,କୋଉଠି
ଆଠଗଡ(ଉଲାପ୍ର)ପୁଣି ଫୁଟିଲା ବ୍ରହ୍ମ କମଳ ଫୁଲ, ଏହି ବ୍ରହ୍ମ କମଳ ଫୁଲ ଫୁଟିଛି ଆଠଗଡ ସହରର ବରିଷ୍ଠ ଆଇନଜୀବୀ, ଗଡଜାତ ପରିକ୍ରମା ର ସଭାପତି,ଆଠଗଡ ସାହିତ୍ୟ ସମାଜର ସଭାପତି ପ୍ରାଣକୃଷ୍ଣ ଦାଶ ଙ୍କ ରଥଗଡା ବାସଭବନରେ, ଗତ କିଛିବର୍ଷ ହେଲା ପ୍ରାଣକୃଷ୍ଣ ଦାଶଙ୍କ ବାସଭବନରେ ଆଷାଢ଼ ମାସରେ ଏହି ବ୍ରହ୍ମ କମଳ ଫୁଲ ବହୁଳ ଭାବେ ଫୁଟିଥାଏ,ହେଲେ ଚଳିତ ବର୍ଷ ଏହି ବ୍ରହ୍ମ କମଳ ଫୁଲ ବୈଶାଖ ମାସ ଓ ଜେଷ୍ଠ ମାସରେ ଫୁଟିବା ଏକ ବିରଳ ଘଟଣା, ପ୍ରକୃତରେ ଏହି ବ୍ରହ୍ମ କମଳ ଫୁଲ ଏକ ବିରଳ ଫୁଲ,ଭାଗ୍ୟରେ ଥିଲେ ଏହି ଫୁଲ ଫୁଟିଥାଏ, ଗତ ୧୦ଦିନ ମଧ୍ୟରେ ବ୍ରହ୍ମ କମଳ ଫୁଲ ତିନିଥର ଫୁଟି ସାରିଲାଣି ତା ପୁଣି ବହୁଳ ଭାବରେ,ଭାଗ୍ୟରେ ଥିଲେ ଏହି ଫୁଲ ଦର୍ଶନ କରିବାର ସୌଭାଗ୍ୟ ମିଳିଥାଏ,ଶ୍ରୀଯୁକ୍ତ ଦାଶଙ୍କ ନାତି ନାତୁଣୀ ଏହି ଫୁଲକୁ ସନ୍ଧ୍ୟା ସମୟରେ ତୋଳି ଘରେ ଥିବା ଜଗନ୍ନାଥ ଙ୍କୁ ସମର୍ପଣ କରିଛନ୍ତି।