ଆଠଗଡ ଯୁବ କଂଗ୍ରେସ ପକ୍ଷରୁ ସହରକୁ କରାଯାଉଛି ସାନିଟାଇଜ
ଆଠଗଡ(ଉଲାପ୍ର)ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଉମା ବଲ୍ଲଭ ରଥ ଓ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ଼ ସ୍ମୃତି ରଞ୍ଜନ ଲେଙ୍କାଙ୍କ ନିର୍ଦେଶ କ୍ରମେ ଓ ଆଠଗଡ ଯୁବ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ପ୍ରତିଶୃତି ମୁତାବକ ମେ ୨୧/୦୫/୨୦୨୧ ତାରିଖ ସକାଳ ୮.୩୦ଘଟିକା ଠାରୁ ଆଠଗଡ ଯୁବ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିଲା ଆଠଗଡ଼ ସହରର ସାନିଟାଇଜିଙ୍ଗ ପ୍ରକ୍ରିୟା ପ୍ରଥମ ଦିନ ପାଞ୍ଚ ଗୋଟି ୱାର୍ଡ କୁ ସମ୍ପୂର୍ଣ୍ଣ ସାନିଟାଇଜିଙ୍ଗ କରାଯାଇଥିଲା । ଆଠଗଡ଼ ସହରର ସମସ୍ତ ଯୁବ ,ଛାତ୍ର, ନଗର ଓ ବରିଷ୍ଠ କଂଗ୍ରେସ କର୍ମୀ ମାନେ ଏହି ମହତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ପ୍ରଥମ ଦିନ ଆଠଗଡ କଂଗ୍ରେସ କାର୍ଯ୍ୟାଳୟରୁ ଏହି କାର୍ଯ୍ୟକ୍ରମ କୁ ଆରମ୍ଭ କରାଯାଇ ଏକ ନମ୍ବର ୱାର୍ଡ ର ଜଗନ୍ନାଥ ମନ୍ଦିର ଠାରେ ସ୍ଥଗିତ ରଖାଯାଇଥିଲା । ଏବଂ ପୂର୍ବରୁ ନିଆଯାଇଥିବା ନିଷ୍ପତି ମୁତାବକ ଓ ଦିଆଯାଇଥିବା ପ୍ରତିଶୃତି ମୁତାବକ, ପୁନର୍ବାର ମେ ୨୨/୫/୨୧ ସକାଳ ୯.୦୦ଘଟିକା ଠାରୁ ସ୍ଥଗିତ ରଖାଯାଇଥିବା ସାନିଟାଇଜିଙ୍ଗ କାର୍ଯ୍ୟକ୍ରମ, ପୁନର୍ବାର ଆରମ୍ଭ କରାଯାଇ ୱାର୍ଡ ନ ୧,୪,୫,୬,୯,୧୪,୧୬, ସାତ ଗୋଟି ୱାର୍ଡ କୁ ସମ୍ପୂର୍ଣ ଭାବେ ସାନିଟାଇଜିଙ୍ଗ କରାଯିବା ସହିତ ସମସ୍ତ govt କ୍ୱାର୍ଟର ସମସ୍ତ Bank କୁ ମଧ୍ୟ କରାଯାଇଥିଲା । ଏଥିରେ ସହଯୋଗ କରିଥିଲେ କଟକ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ମନୋରଞ୍ଜନ ପତ୍ତନୟାକ, ଜିଲା ଯୁବ କଂଗ୍ରେସ ସମ୍ପାଦକ ପ୍ରଶାନ୍ତ ବେହେରା, ସିତମ ଦାସ, ସମ୍ବିତ ପତ୍ତନୟାକ, ରଞ୍ଜିତ ସେଠି, ରାଜୁ ନାୟକ, ଅବିନାଶ ପ୍ରଧାନ, ଦେବବ୍ରତ ଦାସ,ଚନ୍ଦନ ଦଳାଇ, ଵିଶାଲ ପରିଡା ଗୁରୁବାରୀ ନାଥ,ମୁକେଶ ଯାଦବ।