ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବଗାନ୍ଧୀଙ୍କ ପୁଣ୍ୟ ତିଥି ଅବସରରେ ଆଠଗଡ ସହରର ପାଞ୍ଚଗୋଟି ୱାର୍ଡକୁ ଯୁବ କଂଗ୍ରେସ ତରଫରୁ ସାନିଟାଇଜ କରାଗଲା
ଆଠଗଡ(ଉଲାପ୍ର)ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଣ୍ୟ ତିଥି ରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଉମା ବଲ୍ଲଭ ରଥ ଓ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ଼ ସ୍ମୃତି ରଞ୍ଜନ ଲେଙ୍କାଙ୍କ ନିର୍ଦେଶ କ୍ରମେ ମେ ୨୧/୦୫/୨୦୨୧ ତାରିଖ ସକାଳ ୮.୩୦ଘଟିକା ଠାରୁ ଆଠଗଡ ଯୁବ କଂଗ୍ରେସ ପକ୍ଷରୁ ଆଠଗଡ଼ ସହରର ପାଞ୍ଚ ଗୋଟି ୱାର୍ଡ କୁ ସମ୍ପୂର୍ଣ୍ଣ ସାନିଟାଇଜିଙ୍ଗ କରାଯାଇଛି । ଆଠଗଡ଼ ସହରର ସମସ୍ତ ଯୁବ ,ଛାତ୍ର, ନଗର ଓ ବରିଷ୍ଠ କଂଗ୍ରେସ କର୍ମୀ ମାନେ ଏହି ମହତ
କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଆଠଗଡ କଂଗ୍ରେସ କାର୍ଯ୍ୟାଳୟରୁ ଏହି କାର୍ଯ୍ୟକ୍ରମ କୁ ଆରମ୍ଭ କରାଯାଇ ଏକ ନମ୍ବର ୱାର୍ଡ ର ଜଗନ୍ନାଥ ମନ୍ଦିର ଠାରେ ସ୍ଥଗିତ ରଖାଯାଇଅଛି । ଏବଂ ନିଷ୍ପତି କରାଯାଇଅଛି ଏହି ୨୧/୦୫/୨୦୨୧ ଠାରୁ ଆସନ୍ତା ୧/୦୬/୨୦୨୧ ପର୍ଯ୍ୟନ୍ତ ସାନିଟାଇଜିଙ୍ଗ କରାଯିବା ସହିତ ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇଦିଆଯିବ । ଏଥିରେ ସହଯୋଗ କରିଥିଲେ କଟକ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ମନୋରଞ୍ଜନ ପତ୍ତନୟାକ, ଜିଲା ଯୁବ କଂଗ୍ରେସ ସମ୍ପାଦକ ପ୍ରଶାନ୍ତ ବେହେରା, ସିତମ ଦାସ, ସମ୍ବିତ ପତ୍ତନୟାକ, ରଞ୍ଜିତ ସେଠି, ରାଜୁ ନାୟକ, ଅବିନାଶ ପ୍ରଧାନ, ଦେବବ୍ରତ ଦାସ,