ପ୍ରତିଶୃତିରେ ବଞ୍ଚିଛନ୍ତି ଚକାପାଦ ବ୍ଳକର ଗୁରୁ ସାହୀ ଲୋକେ, ପ୍ରଶାସନ ର ଦୃଷ୍ଟି ପଡିବ କେବେ ?
ଫୁଲବାଣୀ- (ସୁନୀଲ ପଟନାୟକ),
ସ୍ଵାଧୀନତାର ଦୀର୍ଘ ୭୪ ବର୍ଷ ପରେ ବି ସଂପୂର୍ଣ୍ଣ ଅବହେଳିତ ଅବସ୍ଥାରେ ରହିଛି କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଳକ ବ୍ରାହ୍ମଣପାଦ ପଞ୍ଚାୟତର ଗୁରୁ ସାହୀ ଲୋକେ। ଏଠାରେ ରହୁଥିବାଲୋକଙ୍କ ପ୍ରତି ପ୍ରଶାସନ ର ଦୃଷ୍ଟି ପଡିନି ଏଯାଏ ? ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ। ସରକାରଙ୍କ ସମସ୍ତ ମୌକିକ ସୁବିଧାରୁ ବଞ୍ଚିତ ଏମାନେ । ଶିକ୍ଷା । ସ୍ଵାସ୍ଥ୍ୟ ଗମନାଗମନ ବିଦ୍ୟୁତ ଆଲୋକ ଓ ପାନୀୟ ଜଳ ଆଦି ସୁବିଧାରୁ ବଞ୍ଚିତ ଏମାନେ । ବ୍ରାହ୍ମଣପାଦ ପଞ୍ଚାୟତ କାର୍ଯ।ଳୟଠାରୁ ମାତ୍ର ୪ କିମି ଦୁରରେ ରହିଛି ଏହି ଗ୍ରାମ। ତେବେ ଦୀପ ତଳ ଅନ୍ଧାର ପରି ଏହି ଗ୍ରାମର ସମସ୍ୟା
ଦୁର ହୋଇପାରିନି ଆଜିଯାଏ । ଗାଁକୁ ସ୍ଥାୟୀ ରାସ୍ତାଟିଏ ନାହିଁ। ମାଟି କାଦୁଅ ଭରା ପାଦଚଲା ରାସ୍ତାରେ ଏମାନେ ଯା’ଆ ସ କରନ୍ତି । ଗାଡି ମଟର ଯିବା ପ୍ରଶ୍ନ ନାହିଁ।ବର୍ଷା ଆସିଲେ ଏମାନଙ୍କ ମନରେ ଛନକା ପଶେ ।
ସେହିପରି ପାନୀୟ ଜଳ କଥା ପଚାରେ କିଏ? ଗାଁରେ ନଳକୂପ କିମ୍ବା କୁପଟିଏ ମଧ୍ୟ କୁଆଡେ ନାହିଁ। ଲୋକେ ବାଧ୍ଯ ହୋଇ ବିଲ ମାଳ ନଚେତ ଚୁଆରୁ ଗୋଳିଆ ପାଣି ଆଣି ପିଉଛନ୍ତି।
ପ୍ରଶାସନ ନଳକୁ ପ ଗୋଟିଏ ହେଲେ ଖୋଳିନି ଏଯାଏ । ପ୍ରଶାସନ ନିକଟରେ ନେହୁରା ହୋଇ ହାଲିଆ ହେଲେଣି ଲୋକେ । ତଥାପି ଫଳଶୁନ ବୋଲିି ଗ୍ରାମର ଚଞ୍ଚଳା ମାଲିକ, ପ୍ରମୋଦ ମଲିକ, ଯୁବତୀ ପ୍ରଧାନ କହିଛନ୍ତି ।
ସେହିପରି ସ୍ୱଛଦ୍ଭାରତ ମିଶନ୍ ରେ ପାଇଖାନା ଟିଏ ବି ମିଳିନି ଲୋକଙ୍କୁ । ସ୍କୁଲ କଥା ନ କହିବା ଭଲ । ବିଦ୍ୟୁତ ସଂଯୋଗ ମଧ୍ୟ ଗ୍ରାମକୁ ଯାଇନି। କେବେ ଗ୍ରାମବାସୀ ବିଦ୍ୟୁତ ଆଲୋକ ଦେଖିବେ କହିବା ମୁସ୍କିଲା। ଚକାପାଦ ବ୍ଲକ ବ୍ରାହ୍ମଣପାଦ ଗ୍ରାମପଞ୍ଚାୟତର ବନ୍ଧ ଖମନ
ନିକଟ ଗୁରୁ ସାହି ଗ୍ରାମରେ ମାତ୍ର ୭ଟି ପରିବାରର ମାତ୍ର ୨୨ଲୋକ ବସବାସ କରୁଛନ୍ତି।
ଭୋଟବେଳେ ନେତାମାନେ ଭୋଟ ଭିକ୍ଷା କରିବାଲାଗି କେବଳ ଗାଁକୁ ଆସିଥାନ୍ତି।ସେତେବେଳେ ଗ୍ରାମର ସବୁ ସମସ୍ୟା ସମାଧାନ କରିଦେବେ ବୋଲି ପ୍ରତିଶୃତି ଦେଇଥାନ୍ତି ହେଲେ ପରବର୍ତ୍ତୀ ସମୟରେ ଭୁଲିଯାଆନ୍ତି ଏହି କଥାକଥିତ ନେତାମାନେ ।
ସେହିପରି ଗ୍ରାମର ଲୋକଙ୍କୁ ଇନ୍ଦିର । ଆବାସ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନ ।ରେ ଘର ଖଣ୍ଡିଏ ବି ମିଳିନି ଏଯାଏ ?
ଗ୍ରାମର ୱ ୲ର୍ଡମେମ୍ବରଠୁ ଆରମ୍ଭ କରି ପର ପଞ୍ଚ, ବିଡିଓ, ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ ସମସ୍ତେ ପ୍ରତିଶୃତି ହିଁ ଦେଇଛନ୍ତି । ହେଲେ କାମ କିଛି ବିହୋଇନି କେବଳ ପ୍ରତିଶୃତିରେ ହିଁ ବଞ୍ଚିଛୁ ବୋଲି କୋହଭରା କଣ୍ଠରେକହିଛନ୍ତି
ଗ୍ରାମ ର ପାର୍ବତୀ ପ୍ରଧାନ, ପ୍ରଦୀପ ପ୍ରଧାନ,ମମତା ପ୍ରଧାନ, ରମାକାନ୍ତ ପ୍ରଧାନ , ଓ ପଦ୍ମଚରଣ ପ୍ରଧାନ I