ଦ୍ୱିତୀୟ ବ୍ଲାକ ବେଲଟ ପରୀକ୍ଷା ଅନୁଷ୍ଠିତ
କନ୍ଧମାଳ,୩୦/୦୩.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ କରୋନେସନ ପଡିଆ ଠାରେ ଦ୍ବିତୀୟ ଟାଏକୋଣ୍ଡୋ ବ୍ଲାକ ବେଲଟ ଓ ତ୍ରୟଦଶତମ କଲର ବେଲଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରୁ ପରୀକ୍ଷାର୍ଥୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ଏହି ପରୀକ୍ଷାରେ ରମାକାନ୍ତ ବେହେରା ୩ୟ ଡାନ ଓ ପ୍ରୀତମ ଚନ୍ଦ୍ର ପ୍ରଧାନ ଏବଂ ମଦନ ଦଳବେହେରା ଦ୍ବିତୀୟ ଡାନ ଭାବେ ବ୍ଲାକ ବେଲଟ ପରୀକ୍ଷା ଦେଇଥିଲେ। ସେହିପରି ସର୍ବ କନିଷ୍ଠ ପ୍ରତିଯୋଗୀ ଭାବେ ଅମିତ କୁମାର ସାହୁ ପ୍ରଥମ ପୁମ ଡାନ ବ୍ଲାକ ବେଲଟ ପରୀକ୍ଷା ଦେଇଥିଲେ। ଏଥିରେ ଜିଲାର ୩୦ ଜଣ ବାଳକ ବାଳିକା କଲର ବେଲଟ ପରୀକ୍ଷା ଦେଇଛନ୍ତି।ସଫଳ ପରୀକ୍ଷାର୍ଥୀ ମାନଙ୍କୁ ରାଜ୍ୟ ଟାଏକୋଣ୍ଡୋ ସଂଘ ପକ୍ଷରୁ ମାନପତ୍ର ପ୍ରଦାନ କରାଯିବ ବୋଲି ଜିଲା ସଂଘର ସଂପାଦକ ପ୍ରଭାତ କୁମାର ସାହୁ ଜଣାଇଛନ୍ତି। ରାଜ୍ୟ ଟାଏକୋଣ୍ଡୋ ସଂଘର ସାଧାରଣ ସଂପାଦକ ମନମୋହନ ଭଞ୍ଜ ଏହି ପରୀକ୍ଷାରେ ପରୀକ୍ଷକ ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଭାତ କୁମାର ସାହୁ ରାଜ୍ୟ ସଂପାଦକଙ୍କଠାରୁ ହାଇଗ୍ରେଡ ବ୍ଲାକ ବେଲଟ ଗ୍ରହଣ କରିଥିଲେ।