ନିର୍ଭୁଲ ଜନଗଣନା ପାଇଁ ବରଗଡ଼ ଜିଲ୍ଲାର ୫ କର୍ମଚାରୀ ସମ୍ବର୍ଦ୍ଧିତ
ବରଗଡ଼(ଉଲାପ୍ର) ଜନଗଣନା ସମୟରେ ନିଜ ଅଞ୍ଚଳରେ ନିର୍ଭୁଲ ଭାବରେ କାର୍ଯ୍ୟ ସମ୍ପାଦନା କରିଥିବାରୁ ବରଗଡ଼ ଜିଲ୍ଲାର ୫ ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ସମସ୍ତ ଙ୍କୁ ସମ୍ମାନିତ କରିଥିଲେ। ଜିଲ୍ଲାପାଳ ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ ଜିଲ୍ଲା ର ଜନଗଣନା ଠିକ୍ ଭାବେ କରିଥିବା କର୍ମଚାରୀ ଓ ଅଧିକାରୀ ପ୍ରଶଂସା ର ପାତ୍ର ବୋଲି କହିଥିଲେ। ପରେ ସୋହେଲା ହାଇସ୍କୁଲ ରେ କାର୍ଯ୍ୟ ରତ ଶିକ୍ଷକ ମହେନ୍ଦ୍ର ବାରିକ, ଏବଂ ବରପାଲି ବ୍ଲକ ସମଲେଶ୍ଵରୀ ୟୁଜିୟୁପି ସ୍କୁଲ ର ସହକାରୀ ଶିକ୍ଷକ ବସନ୍ତ ସାହୁ ଙ୍କୁ ରୈ।ପ୍ୟ ପଦକ ସହ ମାନପତ୍ର ପ୍ରଦାନ କରି ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ସୋହେଲା ବ୍ଲକ ଅନ୍ତର୍ଗତ କନଗା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ୟାମ କୁମାର
ବାରିକ,କାଶିପାଲି ପ୍ରାଥମିକ ସ୍କୁଲ ର ସହକାରୀ ଶିକ୍ଷକ ରାଜକୁମାର ସାହୁ, ଟୁଙ୍ଗି ବନ୍ଧଲି ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ରବୀନ୍ଦ୍ର ନାଏକ ଙ୍କୁ ବ୍ରୋଞ୍ଚ ମେଡାଲ ଓ ମାନପତ୍ର ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରିଥିଲେ। ଅପରପକ୍ଷରେ ଜନଗଣନା ୨୦୧୧କୁ ସୁଚାରୁରୂପେ ପରିଚାଳନା କରିଥିବା ତତ୍ କାଳୀନ ଜିଲ୍ଲାପାଳ ଭାବଗ୍ରାହୀ ମିଶ୍ର ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିବାସ କବି ସ୍ଵର୍ଣ୍ଣ ପଦକ ଅଧିକାରୀ ହୋଇଥିବା ଜାତୀୟ ଜନଗଣନା ପକ୍ଷରୁ ସୂଚୀତ ହୋଇଛି। ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ,ପିଡି ଡିଆରଡିଏ କୃତିବାସ ରାଉତ, ଡେପୁଟି କଲେକ୍ଟର ସୁମତୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।