ଆଠଗଡର ଐତିହାସିକ ପଞ୍ଚୁଦୋଳ ଯାତ୍ରାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆଠଗଡ(ଉଲାପ୍ର)ଆଠଗଡର ଐତିହାସିକ ପଞ୍ଚୁଦୋଳ ଓ ଦୋଳ ଯାତ୍ରାର ପ୍ରସ୍ତୁତି ବୈଠକ ଉପଜିଲାପାଳ ଅଜାମ୍ବର ମହାନ୍ତିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସହକାରୀ ଉପଜିଲାପାଳ ପ୍ରିୟବ୍ରତ ଦାସ,ଆଠଗଡ ଉପଖଣ୍ଡ ମୁଖ୍ୟ ଚିକିସ୍ଥା ଅଧିକାରୀ ବିଜୟ ମିଶ୍ର,ଦେବୋତ୍ତର ବିଭାଗ ପରାମର୍ଶ
ଦାତା ବରିଷ୍ଠ ଆଇନଜୀବୀ ପ୍ରାଣକୃଷ୍ଣ ଦାଶ, ଆଠଗଡ ବିଡ଼ିଓ ଅରୁଣ କୁମାର ଦାସ,ଧବଳେଶ୍ବର ପୂଜକ ସମାଜ ପ୍ରତିନିଧି,ଆଠଗଡ ର ଗଣ୍ୟମାନ୍ୟ ବ୍ୟକ୍ତି,ସାମ୍ବାଦିକ,ଓକିଲ,ବିଭିନ୍ନ ବଜାର କମିଟି ମୁଖ୍ୟ,ବିଭିନ୍ନ ସାହି କମିଟିର ମୁଖ୍ୟ,ସରକାରୀ ଅଫିସର ବିଭିନ୍ନ ପଦାଧିକାରୀ ମାନେ ଏହି ଆଲୋଚନାରେ ଭାଗ ନେଇଥିଲେ,କରୋନା କଟକଣା ମଧ୍ୟରେ ଆଠଗଡ ର ଐତିହାସିକ ପଞ୍ଚୁଦୋଳ ଓ ଦୋଳଯାତ୍ରା ପାଳନ କରାଯିବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା