ମା ଦକ୍ଷିଣଚଣ୍ଡୀଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣାହୁତି ଅନୁଷ୍ଠିତ,ହଜାର ହଜାର ଲୋକ କଲେ ପ୍ରସାଦ ସେବନ
ଆଠଗଡ(ଉଲାପ୍ର)ଆଠଗଡ ଗଡଜାତର ମହାନ ଶକ୍ତିପୀଠ ମା ଦକ୍ଷିଣ ଚଣ୍ଡୀଙ୍କ ପୀଠ କଁନ୍ତଲ ରେ ଗତ୨୪ ତାରିଖ ଠାରୁ ଆରମ୍ଭ ହୋଇଥିବା ମାଙ୍କ ବାର୍ଷିକ ପୂଜା ଓ ବିଶ୍ୱଶାନ୍ତି ମହାଯଜ୍ଞର ଆଜି ସନ୍ଧ୍ୟାରେ ପୂର୍ଣାହୁତି ହୋଇଛି,ମାଙ୍କ ପୀଠ ହେଉଛି ଏକ ଶକ୍ତିପୀଠ,ଏଠାରେ ଯିଏ ଯାହା ମାନସିକ କରେ ଅବିଳମ୍ବେ ମା
ତାର ମନସ୍କାମନା ପୂର୍ଣ୍ଣ କରିଥାନ୍ତି,ସେ ଦୃଷ୍ଟି କୋଣରୁ ଏହି ପୀଠକୁ ଦୂରଦୂରାନ୍ତରୁ ଭକ୍ତମାନେ ଛୁଟି ଆସନ୍ତି ମାଙ୍କୁ ଦର୍ଶନ କରିବା ପାଇଁ, ପୀଠରେ ମାଙ୍କ ବିଭିନ୍ନ ପୂଜା ନୀତି ମଧ୍ୟରୁ ମାଘମାସ ରେ ଅନୁଷ୍ଠିତ ହେଉଥିବା ଏହି ବିଶ୍ୱଶାନ୍ତି ମହାଯଜ୍ଞ ସବୁଠାରୁ ବଡ଼ ଆୟୋଜନ ହୋଇଥାଏ,ସ୍ତାନୀୟ ଗ୍ରାମବାସୀଙ୍କ ସହଯୋଗ ରେ
ଏହି ବିଶ୍ୱଶାନ୍ତି ମହାଯଜ୍ଞ ଗତ ୨୦ ବର୍ଷଧରି ଅନୁଷ୍ଠିତ ହୋଇ ଆସୁଛି, ବ୍ରାହ୍ମଣ ମାନଙ୍କ ମନ୍ତ୍ର ଧ୍ୱନି ଉଚ୍ଚାରଣରେ ମାଙ୍କ ପୀଠରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି,ଗତ ୨୪ ତାରିଖ ଦିନ ଗ୍ରାମର ଶହଶହ ମହିଳା ସାପୁଆ ନଦୀରୁ ପାଣି ଆଣି କଳସ ଶୋଭାଯାତ୍ରା କରି ମନ୍ଦିରରେ କଳସ ବସାଇ ଥିଲେ,ମାଙ୍କ ପୂର୍ଣାହୁତି
ରେ ହଜାର ହଜାର ଲୋକଙ୍କ ସମାଗମ ହୋଇଛି,ମହିଳାମାନେ ଯଜ୍ଞ ସ୍ଥଳରେ ବସି ରହି ପୂଜାର୍ଚ୍ଚନା କରିଥିବା ବେଳେ ହଜାର ହଜାର ଲୋକ ମନ୍ଦିରରେ ପ୍ରସାଦ ସେବନ କରିଛନ୍ତି, ମାଙ୍କ ଅପାର କରୁଣାରୁ ଚଳିତବର୍ଷ ଶାନ୍ତି ଶୃଙ୍ଖଳା ମଧ୍ୟରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।