ମହିମାସ୍ୱାମୀ ବେତବାଡି ଛାଡି ଯାଇଥିବା ଦୋରଡ଼ ଗ୍ରାମରେ ଉଠିଲା ଝାଡ଼

ଆଠଗଡ(ଉଲାପ୍ର)ମହିମାସ୍ୱାମୀ ଙ୍କ ଆଦ୍ୟପୀଠ ହେଉଛି ଆଠଗଡ ନିକଟସ୍ଥ ବାଙ୍କିର ମାଳବିହାରପୁର ଗ୍ରାମ,ଯେଉଁ ଗ୍ରାମରେ ମହିମାସ୍ୱାମୀ ପ୍ରଥମେ ୧୮୬୪ ମସିହାରେ ଶୂନ୍ୟମନ୍ଦିର ପ୍ରତିଷ୍ଠା କରି ମାଘମାସ ଚତୁର୍ଦ୍ଦଶୀ ରେ ଝାଡ଼ ଜାଲିଥିଲେ,ଆଉ ମହିମାସ୍ୱାମୀ ଏଠାରୁ ପାଦରେ ଚାଲିଚାଲି ଯିବାବେଳେ ଆଠଗଡ ସହର ଦେଇ ଯାଇଥିଲେ,ସନ୍ଧ୍ୟା ହୋଇଯିବାରୁ ମହିମାସ୍ୱାମୀ ଆଠଗଡ ନିକଟସ୍ଥ ଦୋରଡ଼ ଗ୍ରାମରେ ଏକ ଚାଳିଆ ଘରେ ରାତ୍ରିଯାପନ କରିଥିଲେ,ମହିମାସ୍ୱାମୀ ହାତରେ ଧରିଥିବା ବେତବାଡିଟିକୁ ସେହି ଚାଲିଘରେ ଛାଡ଼ିଦେଇ ଜୋରନ୍ଦା ଅଭିମୁଖେ ଚାଲିଯାଇଥିଲେ,ହେଲେ ଗ୍ରାମବାସୀ ଏହା
ମହିମାସ୍ୱାମୀଙ୍କ ବେତବାଡି ଜାଣିବା ପରେ ସେବେଠାରୁ ଏହି ମହିମାସ୍ୱାମୀଙ୍କ ମନ୍ଦିରରେ ମାଘମାସ ଚତୁର୍ଦ୍ଦଶୀ ତିଥିରେ ଗ୍ରାମବାସୀ ମାନେ ସନ୍ଧ୍ୟାରେ ଝାଡ଼ ଜାଳି ଆସୁଛନ୍ତି,ଅଲେଖ ମହିମାଙ୍କ ଏହି ଧର୍ମକୁ ପ୍ରଚାର ପ୍ରସାର କରିବା ପାଇଁ ଆଜିବି ଦୋରଡ଼ ଗ୍ରାମର ମୁରବୀମାନେ ସହଯୋଗ କରି ଆସୁଛନ୍ତି,ପ୍ରାୟ ଅର୍ଦ୍ଧାଧିକ ଲୋକ ଏହି ଗ୍ରାମର ଅଲେଖ ମହିମା ଧର୍ମ ଅବଲମ୍ବନ କରିଛନ୍ତି,ମନ୍ଦିରରେ ଥିବା ବେତ ବାଡିକୁ ଆଜିବି ଗ୍ରାମବାସୀମାନେ ପୂଜା କରି ଆସୁଛନ୍ତି, ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଯାହାର ବି ଦେହ ଖରାପ ହୁଏ ଏହି ବେତବାଡିର ପାଣି ପିଇ ଦେଲେ ରୋଗବ୍ୟାଧି ଆପେଆପେ ଭଲ ହୋଇଯାଏ ବୋଲି ଏବେବି ବିଶ୍ୱାସ ରହିଛି ଗ୍ରାମବାସୀଙ୍କର,ସେଥିପାଇଁ ଗ୍ରାମବାସୀ ମହିମାସ୍ୱାମୀଙ୍କ ପ୍ରଚାର ପ୍ରସାର ପାଇଁ କେବେବି କୁଣ୍ଠାବୋଧ କରିନାହାଁନ୍ତି ବୋଲି କୁହନ୍ତି।