ନିଲମ୍ବିତ ଆଦେଶ ପ୍ରତ୍ୟାହାର ଦାବୀ ରେ ଧାରଣା

ବରଗଡ଼:- ବରଗଡ଼ ଜିଲ୍ଲା ରେ ଗତ ୧୮-୧୯ ରବି ଧାନ କିଣାରେ ହୋଇଥିବା ଅନିୟମିତତା ରେ ୧୦ ଜଣ ପ୍ୟାକ୍ସ ସମ୍ପାଦକ ଙ୍କୁ ରାଜ୍ୟ ସରକାର ନିଳମ୍ବିତ କରିଥିଲେ। ଏହାର ପ୍ରତିବାଦରେ ଆଜି ଜିଲ୍ଲା ର ସମସ୍ତ ପ୍ୟାକ୍ସ ସମ୍ପାଦକ ଏବଂ କର୍ମଚାରୀ କାର୍ଯ୍ୟ ବନ୍ଦ୍ ଆନ୍ଦୋଳନ କରିବା ସହ ବରଗଡ଼ ସମବାୟ ନିବନ୍ଧକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। କର୍ମଚାରୀ ଙ୍କ ଏଭଳି ହଠାତ୍ ଧାରଣା ଯୋଗୁଁ ସମସ୍ତ ପ୍ୟାକ୍ସ ଗୁଡିକ ଅଚଳ ହୋଇପଡିଥିଲା। ଏ ସମ୍ପର୍କରେ ବରଗଡ଼ ଜିଲ୍ଲା ସମବାୟ ନିବନ୍ଧକ ଭକ୍ତ ବନ୍ଧୁ ସାହୁ ଙ୍କୁ ପଚରା ଯିବାରୁ ଗତ ୨୦୧୮-୧୯ ରବି ଋତୁରେ ଧାନ ସଂଗ୍ରହ କିଣା ବିକା ସମୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ରାଜ୍ୟ ସ୍ତରୀୟ ଏକ ସ୍କ୍ୱାର୍ଡ ଦ୍ବାରା କରାଯିବା ପରେ ତାଙ୍କ ରିପୋଟିଙ୍ଗ ଆଧାରରେ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଥିଲେ। ତେବେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ସମବାୟ କର୍ମଚାରୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।