#Uncategorized

କୋଭିଡ ବେଳେ ନିଯୁକ୍ତି ଦେଲେ,କୋଭିଡ ସରିଲା ପରେ ବିଦା କଲେ


ରାୟଗଡା(ଉଲାପ୍ର)କୋଭିଡ ସମୟରେ ସେମାନଙ୍କର ଆବଶ୍ୟକ କରି ରଖିଲେ ଓ ପରେ ସେମାନଙ୍କୁ ଖୀରରୁ ମାଛି କାଢ଼ି ଫିଙ୍ଗିଲା ପରି ଫିଙ୍ଗିଦେଲେ ସରକାର ବୋଲି ଅଭିଯୋଗ କରିଛନ୍ତି । ଏ ନେଇ ସେମାନେ ମିଶନ ଡ଼ାଇରେକ୍ଟର NHM ଓଡିଶା, ଆଡିସନାଲ ସେକ୍ରେଟାରୀ ଫେମିଲି ୱେଲଫେର ଡିପାର୍ଟମେଂଟ ଭୁବନେଶ୍ୱର, CDMO & PHO ରାୟଗଡା ସହିତ ରାୟଗଡା ଜିଲ୍ଲାପାଳ ଓ ଆରଖିଅଧିକ୍ଷକଙ୍କୁ ସେମାନେ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଧାରଣା ଦେବାକୁ ବାଧ୍ୟ ହେଲେ ବୋଲି ସଂଘର ସଭାପତି ରଶ୍ମିତା ପଲେଇ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଗତ ଏପ୍ରିଲ 9 ତାରିଖ ଦିନ ସରକାରଙ୍କ ପକ୍ଷରୁ କୋରନା ହସ୍ପିଟାଲରେ କାର୍ଯ୍ୟ କରିବା ପାଇଁ 32 ଜଣ ଷ୍ଟାଫ ନର୍ସଙ୍କୁ ଦୈନିକ 1 ହଜାର ଟଙ୍କା ସହିତ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ ବୋଲି କହି ନିଯୁକ୍ତି ପ୍ରଦାନ କରିଥିଲେ । ଇତି ମଧ୍ୟରେ ଦୁଇ ଦୁଇ ଥର ସେମାନଙ୍କ ନିଯୁକ୍ତିକୁ ରିନେବାଲ କରାଯାଇଛି । ଇତି ମଧ୍ୟରେ ସେମାନଙ୍କୁ 4 ମାସର ଦରମା ପ୍ରଦାନ କରାଯାଇନଥିବା ବେଳେ ଓଲଟି ସରକାର ସେମାନଙ୍କୁ ଚାକିରିରୁ ବହିଷ୍କାର କରିଦେବା ଦୁର୍ଭାଗ୍ୟ ର ବିଷୟ ,ଯାହାକି ବର୍ତ୍ତମାନ ସେମାନଙ୍କ ପରିବାର ଚଳିବା କଷ୍ଟକର ହୋଇପଡିଛି ବୋଲି ଅଭିଯୋଗ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ନୂତନ ନିଯୁକ୍ତି ନିମନ୍ତେ 6,400 ଟି ପଦବୀ ପାଇଁ ବିଂଜ୍ଞାପନ ବାହାର କରିଛନ୍ତି। ଏଣୁ ଆମେ ଦାବୀ କରୁଛୁଯେ ଏହି ନିଯୁକ୍ତିରେ ପ୍ରଥମେ ଆମକୁ ନିଯୁକ୍ତି ସୁଯୋଗ ଦିଆଗଲା ପରେ ଅନ୍ୟମାନଙ୍କୁ ନିଯୁକ୍ତି ଦେବାପାଇଁ ରାୟଗଡା ଷ୍ଟାଫ ନର୍ସ ସଙ୍ଘ ପକ୍ଷରୁ ଦାବୀ କରାଯାଇଛି । ଏହି ଧାରଣାରେ ସଂଘର ସଭାପତି ରଶ୍ମିତା ପଲେଇ, ସାଧାରଣ ସମ୍ପାଦକ ଲୋପିତା ଗମାଙ୍ଗଙ୍କ ସହିତ ଅନ୍ୟମାନେ ଏହି ବିକ୍ଷୋବରେ ଯୋଗ ଦେଇଥିଲେ । ଯଦି ସେମାନଙ୍କ ଦାବୀ ନମାନନ୍ତି ତେବେ ଆଗାମୀ ଦିନରେ ସଙ୍ଘ ରାଜରାସ୍ତାକୁ ଓଲ୍ହାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛନ୍ତି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *