ସ୍କୁଲ ବନ୍ଦ ପ୍ରତିବାଦ ରେ ଜିଲ୍ଲାପାଳଙ୍କ ଠାରେ ଫେରାଦ ହେଲେ ଅଭିଭାବକ

ବରଗଡ଼(ଉଲାପ୍ର) ଜିଲ୍ଳା ରେ ବନ୍ଦ ହେଉଥିବା 273 ଟି ସରକାରୀ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ପାଠ ପଢା କୁ ନେଇ ଅଭିଭାବକ ମହଲରେ ଚିନ୍ତା ଦେଖା ଦେଇଛି। ସୋହେଲା ବ୍ଲକ ବିନ୍ଧନପାଲି ଓ ବରପାଲି ବ୍ଲକ ଟିଙ୍ଗିପାଲି ଗାଁ ର ଅଭିଭାବକ ମାନେ ସ୍କୁଲ ବନ୍ଦ ପ୍ରତିବାଦ ରେ ଜିଲ୍ଳାପାଳ ଙ୍କ ଠାରେ ଫେରାଦ ହୋଇଛନ୍ତି। ସରକାର ଙ୍କ ଏହି ନିଷ୍ପତି ସମ୍ବିଧାନିକ ଅଧିକାର କୁ କ୍ଷୁନ୍ୟ କରୁଥିବା ଅଭିଯୋଗ କରିଛନ୍ତି, 20 ରୁ ଅଧିକ ଛାତ୍ରଛାତ୍ରୀ ଥିବା ସତ୍ତ୍ୱେ ନୂଆ ଆଡ଼ମିଶନ ହେଉନଥିବାରୁ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ଆମ ଆଦମୀ ପାର୍ଟି ର ଜିଲ୍ଲା ଆବାହକ ଭବାନୀ ସାହୁ ଓ ରାଜ୍ୟ ସମ୍ପାଦକ ଅମିତାଵ ପାତ୍ର ଉପସ୍ଥିତ ରହିଥିଲେ