#Uncategorized

ବରଗଡ଼ ଜିଲା ରାଇଶୋଭା ଗ୍ରାମରେ ରକ୍ତଦାନ ଶିବିର ଅନୁଷ୍ଠିତ


ବରଗଡ଼: ବରଗଡ଼ ଜିଲ୍ଲା ରାଇଶୋଭା ଗ୍ରାମ ଠାରେ ଏକ ରକ୍ତଦାନ ଶିବିର କୁ ରାଜ୍ୟ ସରକାର ଙ୍କ ଶ୍ରମ ଓ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ରାଇଶୋଭା ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ଏହି ଶିବିରକୁ ଜିଲ୍ଲା ର ଅନ୍ୟତମ ରକ୍ତ ସଂଗ୍ରହ ଅଭିଯାନ ର ସ୍ବେଚ୍ଛାସେବୀ ସଂଗଠନ ସଙ୍କଳ୍ପ ପରିବାର ଏବଂ ରାଇଶୋଭା ଗ୍ରାମ ର ଆଜାଦ୍ ହିନ୍ଦ୍ କ୍ଳବ୍ ଆୟୋଜନ କରିଥିଲେ। ବିଶ୍ବ ମହିମାରୀ କରୋନା ସମୟରେ ରକ୍ତ ଭଣ୍ଡାରରେ

ରକ୍ତର ଅଭାବ କୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ମାନ ଆୟୋଜନ ହେଉଛି। ଆଜି ଏହି ଅଭିଯାନ ରେ ଆଜାଦ୍ ହିନ୍ଦ୍ କ୍ଳବ୍ ସାମିଲ ହୋଇଛି। ଏହି ଶିବିର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଗାଡ଼ିରେ ଅନୁଷ୍ଠିତ ହୋଇଥିବା ବେଳେ ୫ ଜଣ ମହିଳା ଙ୍କ ସମେତ ୩୧ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ଶିବିର କୁ ସଙ୍କଳ୍ପ ପରିବାର ର ସଭାପତି ରୋହିତ ଜସଓ୍ବ।ଲ, ଆନ୍ତର୍ଜାତିକ ପର୍ବତାରୋହୀ ଲିପିକା ସେଠ୍, ଶେଷ ଦେବ ପ୍ରଧାନ, ବିକାଶ ଭୋଇ, ଆଜାଦ୍ ହିନ୍ଦ୍ କ୍ଳବ୍ ର ସଭାପତି ହିମାଂଶୁ ଦେହେରୀ, ସୁବ୍ରତ ଭୋଇ, ଶାନ୍ତନୁ ମେହେର,ହରେଶ ମେହେର ପରିଚାଳନା କରିଥିଲେ। ବରଗଡ଼ ରକ୍ତଭଣ୍ଡାରର କର୍ମଚାରୀ ମାନଙ୍କ ଦ୍ବାରା ରକ୍ତ ସଂଗ୍ରହ କରାଯାଇଥିଲା।

Leave a comment

Your email address will not be published. Required fields are marked *