ଭଟ୍ଟାରିକା ଓ ଚର୍ଚିକାଙ୍କ ପୀଠରେ ଆରମ୍ଭ ହେଲା ଷୋଡଶ ଦିନାତ୍ମକ ପୂଜା
ଆଠଗଡ(ଉଲାପ୍ର)କଟକ ଜିଲ୍ଲାର ଆରାଧ୍ୟ ଶକ୍ତିପୀଠ ମହାମାୟା ଭଟ୍ଟାରିକା ଓ ମା ଚର୍ଚ୍ଚିକାଙ୍କ ପୀଠରେ ଆରମ୍ଭ ହେଲା ଷୋଡଶ ଦିନାତ୍ମକ ପୂଜା,ଏହି ପୂଜା ମୂଳାଷ୍ଟମୀ ତଥା ଦୁତିବାହାନ ଓଷା ଠାରୁ ଆରମ୍ଭ ହୁଏ, ଚଳିତ ବର୍ଷ ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ପୂଜା ନୀତି ଆରମ୍ଭ ହୋଇଛି,ଚଳିତବର୍ଷ ମଳ ମାସ ପଡୁଥିବା ଯୋଗୁ ଏହି ଷୋଡଶ ଦିନାତ୍ମକ ପୂଜା ଷୋଳଦିନ ପରିବର୍ତ୍ତେ ୪୪ଦିନ ଶକ୍ତିପୀଠ ଗୁଡିକରେ ଅନୁଷ୍ଠିତ ହେବ, ଯୋଉମାନେ ମାଙ୍କୁ ଚଳିତବର୍ଷ ଦର୍ଶନ କରିବାରୁ ବଞ୍ଚିତ ହେବେ ସେମାନଙ୍କୁ ଆମେ ମାଙ୍କ ବିଭିନ୍ନ ବେଶ ଦର୍ଶନ କରିବାର ସୁଯୋଗ ଦେବୁ,ମା ଭଟ୍ଟାରିକା ଙ୍କ ଆଯୁଧ ଖଣ୍ଡା
ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଆଯୁଧ ଶଶାଙ୍ଗ ଗ୍ରାମର ମାଳି ସାହି ସ୍ଥିତ ଗନ୍ତାଘରୁ ମାଙ୍କ ପାଟଖଣ୍ଡା ଦିନ ବାହାରି ଥିଲା ,ଗ୍ରାମରୁ ସମ୍ପୁର୍ଣ୍ଣ କୋଭିଡ କଟକଣା ମଧ୍ୟରେ ପୂଜାରୀ ମାନେ ମୁହଁରେ ମାସ୍କ ପିନ୍ଧି ଏକ ପଟୁଆରରେ ମାଙ୍କ ପାଟ ଖଣ୍ଡାକୁ ନେଇ ପୀଠରେ ଆସ୍ଥାନ ରେ ବିଜେ କରିଥିଲେ, ମୁଖ୍ୟ ପୂଜକ ଶିରିଷ ରଣା ଆଯୁଧ ଖଣ୍ଡାକୁ ହାତରେ ଧରି ମନ୍ଦିର ପର୍ଯ୍ୟନ୍ତ ଯାଇ ସେଠାରେ ମାଙ୍କ ପୀଠରେ ରଖିଥିଲେ, , ଆଯୁଧ ମନ୍ଦିର ରେ ପାଟଖଣ୍ଡା ପହଞ୍ଚି ସାରିଲାପରେ କଳସ ସ୍ଥପନା କରାଯାଇଥିଲା,ସୂର୍ଯ୍ୟ ନାରାୟଣ ପୂଜା, ଦ୍ବାରପାଳ ପୂଜା କରାଯାଇ ପ୍ରଥମ ଧୂପ ହୋଇଥିଲା ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ସମସ୍ତ ବ୍ଯବସ୍ଥା କରାଯାଇଥିଲା,ଚଳିତବର୍ଷ କୋଭିଡ କଟକଣା ଯୋଗୁ ମାଙ୍କ ସୁନାବେଶ ଅନୁଷ୍ଠିତ ହେବ ନାହିଁ ବୋଲି ଜଣାପଡିଛି,ଯେହେତୁ ପିଠକୁ କୌଣସି ଭକ୍ତ ଆସିବେ ନାହିଁ ସେ ଦୃଷ୍ଟି କୋଣରୁ ମାଙ୍କ ସୁନାବେଶ ହେବନାହିଁ ବୋଲି ବଡମ୍ବା ଦେବୋତ୍ତର ବିଭାଗ ସ୍ପଷ୍ଟ କରିଛି।