#Uncategorized

ଝାଡଖଣ୍ଡ, ଛତିଶଗଡ଼ ରେ ପ୍ରବଳ ବର୍ଷୁଛି

ଭୁବନେଶ୍ୱର(ଉଲା ପ୍ର)ଲଘୁଚାପ ଏବେ ଝାଡଖଣ୍ଡର ଦକ୍ଷିଣ ପଶ୍ଚିମ ଦିଗରେ ଉତର ଓ ଅଭ୍ୟନ୍ତରୀଣ ଓଡିଶା ଉପରେ ରହିଛି । ସମୁଦ୍ର ପତନରୁ ଏବେ ଲଘୁଚାପ ୭.୬ କିଲୋମିଟର ଉପରେ ରହିଛି । ଏହାର ପ୍ରଭାବରୁ ପଶ୍ଚିମଓଡିଶାରେ ବିଶେଷ କରି ବର୍ଷା ପ୍ରବଳ ରହିବ । ଆସନ୍ତା ୨୪ ଘଂଟାରେ ରାଜ୍ୟର ପଶ୍ଚିମଓଡିଶାରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ

ଛତିଶଗଡ ଉପର ମୁଣ୍ଡରେ ପ୍ରବଳ ବର୍ଷା ସଂଭାବନା ରହିଥିବା ପୂର୍ବାନୁମାନ କରାଯାଇଛି । ବରଗଡ , ଝାରସୁଗୁଡା, ସୁନ୍ଦରଗଡ, ସଂବଲପୁର, ନୂଆପଡା, ବଲାଙ୍ଗିର , ସୋନପୁର ଏବଂ ନବରଙ୍ଗପୁର ଜିଲ୍ଲା ପାଇଁ ପ୍ରବଳ ବର୍ଷା ରହିଥିବା ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୫ ଦିନ ପାଇଁ ଏହି ଜିଲ୍ଲା ଗୁଡିକୁ ସତର୍କତା ଜାରି ହୋଇଛି । ଏହା ସହିତ ଉପକୂଳ ଓଡିଶାର କିଛି ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ । ଗତ ୨୪ ଘଂଟାରେ ରାଜ୍ୟରେ ତେଲକୋଇ ଏବଂ ଲାଇକେରାରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ସେହିପରି ୬ ଟି ଜିଲ୍ଲା ଜଗତସିଂହପୁର, ଦେବଗଡ, ସୁନ୍ଦରଗଡ, ସଂବଲପୁର, ଅନୁଗୁଳ ଏବଂ ବୌଦ୍ଧରେ ଗତ ୨୪ ଘଂଟାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ପ୍ରଥମ ଥର ପାଇଁ ୨୭ ଅଗଷ୍ଟରେ ସ୍ୱାଭାବିକ ଠାରୁ ୧୦ ପ୍ରତିଶତ ଅଧିକ ବର୍ଷା ହୋଇଥାଏ । କେବଳ ଅଗଷ୍ଟ ମାସରେ କେବଳ ୫୪ ପ୍ରତିଶତ ଅଧିକ ବର୍ଷା ହୋଇଛି । ସେହିପରି ରାଜ୍ୟର ୧୫ଟି ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି ।

Leave a comment

Your email address will not be published. Required fields are marked *