ମାନବିକତା ଏବେବି ବଞ୍ଚିଛି
ଆଠଗଡ,(ଉଲାପ୍ର)ମାନବିକତା ଏବେବି ବଞ୍ଚିଛି,ଗତ ପାଞ୍ଚଦିନ ଧରି ଦୋରଡ଼ ଗୋପୀନାଥ ପୁର ରାସ୍ତା କଡରେ ପଡି ରହିଥିବା ଜଣେ ବ୍ୟକ୍ତିଙ୍କୁ ଗଡଜାତ ପରିକ୍ରମା ର ଉପସଭାପତି ସୁରେଶ ଚନ୍ଦ୍ର ପରିଡା ଓ ବିଜେପି ଯୁବନେତା ତପନ କୁମାର ଲେଙ୍କା ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ରେ ଆଠଗଡ ମେଡିକାଲ ରେ ଭର୍ତି କରିଛନ୍ତି,ଏହି ବ୍ୟକ୍ତି ଜଣକ ଅଣ ଓଡିଆ ହୋଇଥିବା ବେଳେ ସେ କିପରି ଗତ ପାଞ୍ଚଦିନ ହେବ ଏକ ଜାମୁକୋଳି ଗଛ ମୂଳେ ସୋଇ ରହିଥିଲେ ଏହାକୁ ସମସ୍ତେ ଦେଖୁଥିଲେ ମଧ୍ୟ କେହି ସହାୟତା ର ହାତ ବଢ଼ାଇ ନଥିଲେ,ସୁରେଶ ପରିଡା ଏହା ଦେଖିବା ପରେ ତପନ ଲେଙ୍କା ସେହି ବାଟ ଦେଇ ଯାଇଥିବା ସମୟରେ ଗାଡି ରଖି ଆମ୍ବୁଲାନ୍ସ ଯୋଗେ ଆଠଗଡ ମେଡିକାଲ ପଠାଇଥିଲେ,ଦୁଇଜଣଙ୍କ ଏଭଳି କାର୍ଯ୍ୟକୁ ସାଧାରଣ ରେ ବେଶ ପ୍ରନ୍ସସା କରାଯାଇଛି।
