ହାଇୱା-ଇନୋଭା ଧକ୍କା: ଡ଼୍ରାଇଭର ମୃତ, ବିଜେଡ଼ି ନେତାଙ୍କ ପତ୍ନୀ-ଝିଅ ଗୁରୁତର

କେନ୍ଦୁଝର ଜିଲାର ନାରଦପୁର ନିକଟରେ ଏକ ଇନୋଭାକୁ ଏକ ହାଇୱା ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଇନୋଭା ଡ଼୍ରାଇଭର ମୃତ୍ୟୁବରଣ କରିଛନ୍ତି । ଏହି ଦୁର୍ଘଯଣାରେ ବିଜେଡ଼ି ନେତା କୁଶ ଆପଟଙ୍କ ପତ୍ନୀ ଓ ଝିଅ ଗୁରୁତର ଆହତ ହୋଇଛନ୍ତି । କାରରେ ଥିବା ଅନ୍ୟ ୫ ଜଣ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତର ଆହତମାନଙ୍କୁ ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବର ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଛି ।ସୂଚନା ଅନୁସାରେ ଆଜି ଦିନ ପ୍ରାୟ ୧୧ଟା ବେଳେ କୁଶଙ୍କ ପରିବାର ଏକ ଇନୋଭାରେ ଯୋଡ଼ାରୁ କେନ୍ଦୁଝର ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ଗାଡ଼ିଟିକୁ ଜୋରରେ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଇନୋଭାର ଡ଼୍ରାଇଭର ପେନୁ ମହାକୁଡ଼ ମୃତ୍ୟୁବରଣ କରିଥିଲେ । ଅନ୍ୟମାନଙ୍କୁ ଗାଡ଼ିରୁ ବାହାର କରାଯାଇ ଯୋଡ଼ାର ଟାଟା ଷ୍ଟିଲ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ୪ ଜଣଙ୍କୁ ଏକ ହେଲିକପ୍ଟର ଜରିଆରେ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି ।