ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଆଉ ୬ କରୋନା ପଜିଟିଭ ଚିହ୍ନଟ

କଟକ : କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଆଉ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୬ ଜଣ ଚିହ୍ନଟ ହୋଇଥିବା ନେଇ ସିଡିଏମଓ ସତ୍ୟବ୍ରତ ଛୋଟରାୟ ସୂଚନା ପ୍ରଦାନ କରିଛନ୍ତି । ୬ ଆକ୍ରାନ୍ତଙ୍କ ମଧ୍ୟରେ ୪ କ୍ୟାନସର ରୋଗୀ ରହିଥିବା ବେଳେ ଆଉ ଜଣେ ଆଟେଣ୍ଡାଣ୍ଟ ରହିଛନ୍ତି । ଅନ୍ୟ ଜଣେ ଆକ୍ରାନ୍ତ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ର କର୍ମଚାରୀ ହୋଇଥିବା ସିଡିଏମଓ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ ପୂର୍ବରୁ ହସ୍ପିଟାଲରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଗତ କାଲି ୨ ଜଣ ନର୍ସ ଓ ପୂର୍ବରୁ ଜଣେ ରୋଗୀ ପଜିଟିଭ ଚିହ୍ନଟ ହୋଇଥିଲେ ।