ସେବାରେ ନାହିଁ ପଟାନ୍ତର

ଆଠଗଡ(ଉଲାପ୍ର)ଆଠଗଡ ର ବଉଦା ବନଖଣ୍ଡି ଜଙ୍ଗଲ ମଧ୍ୟରେ ରହିଛି ହରି ହରା ନନ୍ଦ ଉପବନମ, ଆଉ ତା ଭିତରେ ରହିଛି ଏକ ହୋମିଓପ୍ୟାଥିକ ହସ ପିଟାଲ,ଯେଉଁ ହସ ପିଟାଲ ଗତ ୨୦୧୨ ମସିହା ଠାରୁ ରୋଗୀଙ୍କୁ ଦେଇ ଆସୁଛି ସମସ୍ତ ସୁବିଧା ସୁଯୋଗ,ଉଦୟ ଲାବଣ୍ୟ ନିକଟରେ ଏହି ଖବର ପହଂଚିବା ପରେ ଆମେ ଗ୍ରାଉଣ୍ଡ ଜିରୋ ରୁ ଖବର ଉପରେ ନଜର ରଖିଥିଲୁ, ପ୍ରକୃତରେ ବିଭିନ୍ନ ରୋଗୀ କଟକ ଜିଲ୍ଲା ତଥା ଜିଲା ବାହାରୁ ପ୍ରତେକ ଦିନ ଆସି ନିଜର ରୋଗ ଡାକ୍ତର ଙ୍କୁ କହିବା ପରେ ସେଠାରୁ ମାଗଣାରେ ସମସ୍ତ ଔଷଧ ନେଇ ଭଲ ହେଉଥିବା କହୁଛନ୍ତି ରୋଗୀମାନେ।,

ଜଙ୍ଗଲ ମଧ୍ୟରେ ଏହି ହରି ହରା ନନ୍ଦ ଉପବନମ ରହିଥିବା ବେଳେ ଏହି ଅଂଚଳ ଟି ହାତୀ ମାନଙ୍କ ର ଆଶ୍ରୟ ସ୍ଥଳୀ,ପ୍ରତେକ ଦିନ ଏଠି ହାତୀ ଆସି ବୁଲାବୁଲି କରି ଯାଆନ୍ତି, ଉପବନମ ର ସାଧୁ ମାନେ ଅତି ନିକଟରୁ ହାତୀ ଦେଖୁଥିବା ବେଳେ ହାତୀମାନେ କେବେହଲେ କୌଣସି ଅସୁବିଧା କରି ନାହାଁନ୍ତି,

ଏହି ହୋମିଓପ୍ୟାଥିକ ମେଡିକାଲ କୁ ଆସିବାକୁ ହେଲେ ଆଠଗଡ ମୁଣ୍ଡଳୀ ରାସ୍ତାର ବେତଖୋଲି ନିକଟରୁ ରାସ୍ତା ପଡିଛି ଏହି ମେଡିକାଲ କୁ,ଏଠାରେ ଦୁଇଜଣ ହୋମିଓପ୍ୟାଥିକ ଡାକ୍ତର ରୋଗୀ ଦେଖୁଥିବା ବେଳେ ପ୍ରତେକ ଦିନ ବିଭିନ୍ନ ସ୍ଥାନରୁ ୫୦ ଜଣ ରୋଗୀ ଆସିଥାନ୍ତି ଏହି ମେଡ଼ିକାଲ କୁ ଦେହ ଦେଖାଇବା ପାଇଁ,ଏଠାରେ ରୋଗୀ ଭଲ ହେଉଥିବା ପ୍ରମାଣ ମଧ୍ୟ ମିଳି ସାରିଛି,ମାସକୁ ୫୦ହଜାର ଟଙ୍କାର ମାଗଣା ଔଷଧ ସ୍ୱାମୀ ପ୍ରଜ୍ଞାନନ୍ଦ ମିଶନ ତରଫରୁ ରୋଗୀଙ୍କୁ ଯୋଗାଇ ଦିଆଯାଉଛି
ଏକ ସୁନ୍ଦର ପରିବେସରେ ଗଢି ଉଠିଥିବା ଏହି ହୋମିଓପ୍ୟାଥିକ ମେଡିକାଲ ରେ ମାଗଣା ଔଷଧ ଦେବା ଆଉ ରୋଗୀ ଏଠାରେ ଭଲ ହେବା ନିଶ୍ଚିତ ଭାବେ ଆଠଗଡ ପାଇଁ ଏକ ଗର୍ବର କଥା।
