ମନ୍ଦିରରେ ଅଟକିଲେ ଅଟ୍ଟାଳି

ଆଠଗଡ(ଉଲାପ୍ର)ପ୍ରଶାସନର କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଆଠଗଡ ର ଅଟ୍ଟାଳି ଜଗନ୍ନାଥଙ୍କ ରଥଯାତ୍ରା, ଶହଶହ ବର୍ଷର ପରମ୍ପରାରେ ଆସିଛି ବ୍ୟାପକ ପରିବର୍ତ୍ତନ,

କରୋନା ଯେମିତି ସବୁ ବିଗାଡି ଦେଈଛି,ସୁପ୍ରିମକୋର୍ଟ ର ନିର୍ଦ୍ଦେଶ କ୍ରମେ ପୁରୀକୁ ଛାଡିଦେଲେ ଆଉ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କୋର୍ଟ କହିବା ପୂର୍ବରୁ ଆଠଗଡ ପ୍ରଶାସନର ନିଷ୍ପତ୍ତି କ୍ରମେ ମନ୍ଦିର ଭିତରେ ସବୁ ପରମ୍ପରା ହେବବୋଲି ଘୋଷଣା କରାଯାଇଥିଲା,

ଆଉ ପରମ୍ପରା କୁ ରକ୍ଷାକରି ଅଟ୍ଟାଳି ଜଗନ୍ନାଥ ଯେମିତି ମନ୍ଦିର ଭିତରେ ଅଟକି ଯାଇଥିଲେ,ସେଥିପାଇଁ ମନ୍ଦିର ମଧ୍ୟରେ ଦୁଇଗୋଟି ମଣ୍ଡପକୁ ନିବୁଜ କରାଯାଇ ଥିଲା,ସକାଳୁ ଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି କରାଯାଇଥିବା ବେଳେ ଅପରାହ୍ନରେ ମଣ୍ଡପ ପୂଜା କରାଯାଇଥିଲା,ପରେ ବିଗ୍ରହ ଙ୍କୁ ପହଣ୍ଡି କରାଯାଇ ସ୍ୱଳ୍ପ ସଂଖ୍ୟକ ସେବକ ମାନଙ୍କ ସହାୟତାରେ ନୂତନ ମଣ୍ଡପ ରେ ବିଗ୍ରହଙ୍କୁ ରଖା ଯାଇଥିଲା,ଗୁଣ୍ଡିଚା ଯାତ୍ରା ଠାରୁ ବିଗ୍ରହ ବାହାର ମଣ୍ଡପରେ ରହି ସୁନାବେଶ ପର୍ଯ୍ୟନ୍ତ ପୂଜା ପାଇବେ,ସବୁଠାରୁ ଦୁଃଖ ଦେଇଥିଲା ଭକ୍ତଂକୁ

,ଯେଉଁ ଭକ୍ତଂକୁ କାଳିଆ ଠାକୁର ନଦେଖିଲେ ରଥ ଗଡେ ନାହିଁ,ସେହି କାଳିଆ ଠାକୁର ଆଜି ବିନା ଭକ୍ତରେ ହୋଇଥିଲା ପହଣ୍ଡି ବିଜେ ତାହା ପୁଣି ସବୁ କଟକଣା ମଧ୍ୟରେ ଓ ମନ୍ଦିର ଭିତରେ, ଗୋଟିଏ ପଟେ ଭକ୍ତ ଗେଟ ବାହାରେ ଗୁମୁରି ଗୁମୁରି କାନ୍ଦୁଥିବା ବେଳେ ଅନ୍ୟପଟେ ମନ୍ଦିର ଭିତରେ ଚାଲିଥିଲା କାଳିଆର ପହଣ୍ଡି ବିଜେ,କାଳିଆର ପହଣ୍ଡି ବିଜେ ଦେଖି ନପାରି ଭକ୍ତ ହୋଇଥିଲେ ନିରାଶ,ତଥାବି ନିଜ କୋହକୁ ଛାତିରେ ଚାପି କରୋନା କଟକଣା କୁ ମାନି ବିଶେଷ ଭକ୍ତ ମଧ୍ୟ ଆସିନଥିଲେ ମନ୍ଦିରକୁ,ଆଉ ଅଟକି ଯାଇଛନ୍ତି ଅଟ୍ଟାଳି ମନ୍ଦିର ମଧ୍ୟରେ।