ଆଠଗଡ, ବଡମ୍ବା,ବାଙ୍କି ରେ ମହିଳା ଗୋଷ୍ଠିଙ୍କୁ ସୋଶୁଛନ୍ତି ମାଇକ୍ରୋ ଫାଇନାନ୍ସ କମ୍ପାନୀ କର୍ମଚାରୀ

ଆଠଗଡ,(ଉଲାପ୍ର)ଲକଡାଉନ ସମୟରେ ଆଠଗଡ ,ବଡମ୍ବା,ବାଙ୍କୀ ଅଂଚଳରେ କେମିତି ଚଲିଛି ସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ଋଣ ଆଦାୟ,ଥରେ ଦେଖିନିଅନ୍ତୁ ଏହି ଫଟୋକୁ,ତିନି ଟାଣୁଆ ବିଧାୟକ ଙ୍କ ନିର୍ବାଚନ ମଣ୍ଡଳୀ ର ଲୋକ ମାନଙ୍କ ଠାରୁ ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀ ମାନେ ଗାଁ କୁ ଗାଁ ଯାଇ ବସ୍ତି ମାନଙ୍କରେ ଚେୟାର ପକାଇ ଲୋକଙ୍କ ଠାରୁ କିସ୍ତି ଟଙ୍କା ଆଦାୟ କରୁଥିବା ଦେଖାଯାଇଛି,

ଉଦୟାଲାବଣ୍ୟ ପ୍ରତିନିଧିଙ୍କ ତରଫରୁ ସେମାନଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା ସେ ପ୍ରଶ୍ନର ଉତ୍ତର ସେମାନେ ରଖି ପାରିନଥିଲେ,ସରକାର ଲକଡାଉନ ସମୟରେ ସମସ୍ତ ଫାଇନାନ୍ସ କମ୍ପାନୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି କୌଣସି ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଠାରୁ ଏହି ଅସମୟରେ କିସ୍ତି ଟଙ୍କା ଆଦାୟ କରି ପାରିବ ନାହିଁ,ଏହା ସତ୍ୟେ କମ୍ପାନୀ ଲୋକମାନେ ଗାଁ ଗାଁ ରେ ଲୋକଙ୍କ ଠାରୁ କିସ୍ତି ଟଙ୍କା ଆଦାୟ କରୁଥିବା ବେଳେ ଏବେ ଗ୍ରାମ ମାନଙ୍କରେ ଲୋକମାନେ ବିରୋଧ କଦିବା ଆରମ୍ଭ କରିଛନ୍ତି,

ପ୍ରଶାସନ ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି, ଆଠଗଡ, ବଡମ୍ବା,ବାଙ୍କିର ତିନିଜଣ ଟାଣୁଆ ବିଧାୟକ ଙ୍କ ନିର୍ବାଚନ ମଣ୍ଡଳୀ ରେ ଯଦି ମାଇକ୍ରୋ ଫାଇନାନ୍ସ କମ୍ପାନୀ ମାନେ ସକ୍ରିୟ ରହିଛନ୍ତି ଆଉ ବିଧାୟକ ମାନେ କମ୍ପାନୀ ମାନଙ୍କୁ ଲୋକଙ୍କ ଠାରୁ କିସ୍ତି ଟଙ୍କା ଆଦାୟ ନକରିବା ପାଇଁ କାହିଁକି ବାରଣ କରୁନାହାନ୍ତି ତାକୁ ନେଇ ଏବେ ଗ୍ରାମାଞ୍ଚଳରେ ଉଠିଲାଣି ପ୍ରଶ୍ନ।ଖାଲି କଣ ଭୋଟ ନେଲାବେଳେ ଆମ ପାଖକୁ ଆସୁଥିବେ ଆମ ଅସୁବିଧା ବେଳେ କାହିଁ କୋଉ ନେତାତ୍ ଛିଡା ହେଉନାହାନ୍ତି ବୋଲି ଗ୍ରାମାଞ୍ଚଳରେ ଲୋକମାନେ କୁହାକୁହିଁ ଆରମ୍ଭ କଲେଣି।