ଫେସବୁକରେ ମିଳିବ ଉଇକିପିଡ଼ିଆର ସୁବିଧା

ନୂଆଦିଲ୍ଲୀ : ଫେସବୁକ ଏକ ନୂତନ ଫିଚର ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଛି। ଯେଉଁଥିରେ ଫେସବୁକରେ ମଧ୍ୟ ଉଇକିପିଡ଼ିଆର ସମର୍ଥନ ମିଳିବ। ସାଧାରଣତଃ ଯେତେବେଳେ ଆମେ ଫେସବୁକରେ କିଛି ସନ୍ଧାନ କରିଥାଉ, ଆମେ ସାଙ୍ଗ, ପ୍ରୋଫାଇଲ୍, ପୋଷ୍ଟ, ଭିଡିଓ ପରି ଫଳାଫଳ ପାଇଥାଉ କିନ୍ତୁ ଏବେ ଖୁବ ଶୀଘ୍ର ଉଇକିପିଡ଼ିଆର ଏକ ଲିଙ୍କ୍ ମଧ୍ୟ ମିଳିବ। ନୂଆ ଅପଡେଟ୍ ପରେ ଗୁଗୁଲରେ ସର୍ଚ୍ଚ ନ କରି ଫେସବୁକରେ ଚଳଚ୍ଚିତ୍ର କିମ୍ବା ଟିଭି ଶୋ ପାଇପାରିବେ।ଫେସବୁକର ଏହି ଫିଚର ପାଇଲଟ ପ୍ରକଳ୍ପ ଦ୍ବାରା ଲଞ୍ଚ କରାଯାଇଛି । ପ୍ରାଥମିକ ପର୍ଯ୍ୟାରେ ଏହି ଫିଚର ସୁବିଧା ମୋବାଇଲରେ ଦିଆଯାଇନାହିଁ। ଏହା ଫିଚଟି କେବଳ କମ୍ପ୍ୟୁଟର, ମୋବାଇଲ ଓ୍ବେବ ଓ ଆଇଓଏସରେ ମିଳିପାରିବ।ସର୍ବପ୍ରଥମେ, ଫେସବୁକ ନୂତନ ସନ୍ଧାନ ପାଇଁ କୌଣସି ଅଲଗା ସର୍ଚ୍ଚ ବାର୍ ଦେଇନାହିଁ । ଏଥିପାଇଁ ଏକ ନଲେଜ ବକ୍ସ ଦିଆଯାଇଛି । ଯାହର ଉଇକିପିଡ଼ିଆ ସହିତ ଏକ ଲିଙ୍କ ରହିଛି । ଉଦାହରଣ ସ୍ୱରୂପ, ଫେସବୁକର ନଲେଜ ବାକ୍ସ ବଡ଼ ବ୍ୟକ୍ତିତ୍ୱ ବିଷୟରେ ସୂଚନା ଦେବ କିନ୍ତୁ ଅନେକ ଚଳଚ୍ଚିତ୍ର ଏବଂ ଶୋ ବିଷୟରେ ସୂଚନା ଦେବାରେ ସକ୍ଷମ ଏପର୍ଯ୍ୟନ୍ତ ହୋଇନହିଁ । ଏହି ଫିଚରଟିକୁ ଜବରଦସ୍ତ କରିବ ପାଇଁ ପ୍ରାଥମିକ ସ୍ତରରେ କାମ ଚାଲିଛି ।