ଟ୍ରେନରେ ଆସି କନ୍ୟା ସନ୍ତାନ ଜନ୍ମ ଦେଲେ ପ୍ରବାସୀ ଓଡ଼ିଆ ମହିଳା: ମା’ ଓ ଶିଶୁକନ୍ୟାକୁ ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି

ରାୟଗଡ଼ା: ହାଇଦ୍ରାବଦ୍ ଫେରନ୍ତା ଜଣେ ପ୍ରବାସୀ ଓଡ଼ିଆ ମହିଳା ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ରେ ଆସି ଏଠାରେ ଥିବା ସରକାରୀ ଡାକ୍ତରଖାନାରେ ଶିଶୁ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏବେ ଉଭୟ ମା’ ଓ ଶିଶୁକନ୍ୟାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ଉଭୟ ମାଆ ଓ ଛୁଆ ସୁସ୍ଥ ଥିବା ଜଣା ପଡ଼ିଛି। କନ୍ୟା ସନ୍ତାନ ଜନ୍ମ ଦେଇଥିବା ମହିଳାଙ୍କ ଘର ନବରଙ୍ଗପୁର ଜିଲ୍ଲାର କୋଇଲିମୁଣ୍ଡା ଗାଁରେ। ୪୮ ଘଣ୍ଟା ମେଡ଼ିକାଲରେ ରହିବା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ସ୍ୱତନ୍ତ୍ର ଗାଡ଼ିରେ ମହିଳାଙ୍କୁ ଘରକୁ ପଠାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା।