କଟକ ଜିଲା ତିଗିରିଆ ରେ ପୁଣି ଏକ କରୋନା ପଜିଟିଭ ଚିହ୍ନଟ

କଟକ ଜିଲା ତିଗିରିଆ ରେ ପୁଣି ଏକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି,ତାଙ୍କ ବୟସ ୩୭ ବର୍ଷ ହେବ ବୋଲି ଆଠଗଡ ଉପଖଣ୍ଡ ମେଡିକାଲ ଅଫିସର ସୂଚନା ଦେଇଛନ୍ତି,ସେ ଗତ ପାଞ୍ଚ ତାରିଖ ଦିନ ସୁରଟ ରୁ ଆସି ସିଧାସଳଖ ନୂଆପାଟଣା ଅର୍ଜୁନ ସୁବୁଦ୍ଧି ହାଇସ୍କୁଲ ରେ ହୋଇଥିବା କ୍ୱାରେନ୍ଟାଇନ ସେଣ୍ଟର ରେ ରହିଥିଲେ,ତାଙ୍କ ସ୍ୱାବ ଟେଷ୍ଟ ହେବା ପରେ ଆଜି ସେ ପଜିଟିଭ ଥିବା ଜଣାପଡିଥିଲା,ତାଙ୍କ ଘର ତିଗିରିଆ ବ୍ଲକ ଭୋଗଡା ପଂଚାୟତ ର ଗୋଖର୍ଣ୍ଣ ଖାଲ ଗ୍ରାମରେ,ଆଜି ସନ୍ଧ୍ୟା ରେ ସେହି ଯୁବକଙ୍କୁ ବ୍ଲକ ପ୍ରଶାସନ ତରଫରୁ ଅଶ୍ୱିନୀ ହସ ପିଟାଲ କୁ ପଠାଇ ଦିଆଯାଇଛି,ସନ୍ଧ୍ୟାରେ ହାଇସ୍କୁଲ କ୍ୱାରେନ୍ଟାଇନ ଗୃହକୁ ପ୍ରଶାସନ ତରଫରୁ ସାନିଟାଇଜ କରାଯାଇଛି,ଏହା ପୂର୍ବରୁ ଗତ ସପ୍ତାହରେ ଅଚଳକୋଟ ଗ୍ରାମରେ ଅନ୍ୟ ଜଣେ ସୁରଟ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଥିଲେ, ଏହାକୁ ମିଶାଇ ଆଠଗଡ ସବଡିଭିଜନ ତିଗିରିଆ ବ୍ଲକ ରେ ଦୁଇଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଲେଣି,ସୁରତରୁ ଫେରୁଥିବା ସମସ୍ତ ପ୍ରବାସୀ ଓଡ଼ିଆଙ୍କ ଉପରେ ପ୍ରଶାସନ ତରଫରୁ ତୀକ୍ଷ୍ମ ନଜର ରଖାଯାଇଛି।