ଆଠଗଡ ସହରରେ ଯମ ରାଜା ଓ କରୋନା ଲୋକଙ୍କୁ ସଚେତନ କଲେ,ଅଭୟ ବାରିକ ମୁଖ୍ୟରାସ୍ତାକୁ ସାନିଟାଇଜ କଲେ

ଆଠଗଡ,(ଉଲାପ୍ର)କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ ଥିବାବେଳେ ଆମଦେଶରେ ମଧ୍ୟ କରୋନାକୁ ନେଇ ଲୋକେ ଆତଙ୍କିତ ଅଛନ୍ତି। ପ୍ରତିଦିନ ହଜାର ହଜାର ନୂଆ ରୋଗୀ ଚିହ୍ନଟ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସଚେତନତା ସୃଷ୍ଟି କରୁଛନ୍ତି, ରାଜ୍ୟ ସରକାର ଲୋକଙ୍କୁ ସୁରକ୍ଷିତ ଭାବେ ଘରେ ରହିବା ପାଇଁ କହୁଥିବା ବେଳେ ମୁହଁରେ

ମାଷ୍କପିନ୍ଧିବା ବାଧ୍ୟତାମୂଳକ କରାଯାଇଛି,ଆଉ ଏତିକି ବେଳେ ଏକ ଭିନ ଢଙ୍ଗରେ ସାମାଜିକ ବାର୍ତା ଦେଇଛନ୍ତି କଟକ ଜିଲ୍ଲା ଆଠଗଡ ନିର୍ବାଚନ ମଣ୍ଡଳୀ ର ଯୁବ ସଙ୍ଗଠକ ଅଭୟ କୁମାର ବାରିକ। ଲକଡ଼ାଉନ ଆରମ୍ଭ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଖାଦ୍ୟ ଠାରୁ ଆରମ୍ଭ କରି ସାନିଟାଇଜର ମାସ୍କ ,ସାବୁନ

ବଣ୍ଟନ କରୁଥିବା ବେଳେ ସୋମବାର ଦିନ ନୂଆ ଢଙ୍ଗରେ ଯମ ରାଜା ଏବଂ କରୋନା କୁ ନେଇ ଆଠଗଡ ସହରରେ ସଚେତନତା ସୃଷ୍ଟି କରିଥିବା ଦେଖିବାକୁ ମିଳିଛି,

ଯମ ରାଜା ଓ କରୋନା ଲୋକମାନଙ୍କ ମୁହଁରେ ମାସ୍କ ଲଗାଇଦେଉଥିବା ଦେଖାଯାଇଥିଲା, ଅଭୟଙ୍କ ଏଭଳି କାର୍ଯ୍ୟକୁ ସବୁ ମହଲରେ ପ୍ରନ୍ସସା କରାଯାଇଛି।