ଲକଡାଉନ ୩.୦ : ଗୃହ ମନ୍ତ୍ରଣାଳୟର ନୂଆ ନିୟମ, ଜୋନ୍ ଅନୁଯାୟୀ କଟକଣା କୋହଳ
ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଲକଡାଉନ୍ ଅବଧି ୨ ସପ୍ତାହ ବୃଦ୍ଧି କରାଯାଇଛି । ଏହି ସହିତ ତେତେକ ନୂଆ କଟକଣା ଜାରି କରାଯାଇଛି । ବିଭିନ୍ନ ଜୋନ ଅନୁସାରେ କଟକଣାକୁ କହାକଡି ଅବା କୋହଳ କରାଯାଇଛି।-ରେଡ୍ ଜୋନରେ ଅନେକ ପ୍ରତିବନ୍ଧକ ରହିବ ବୋଲି ଗୃହ ମନ୍ତ୍ରଣାଳୟ କହିଛି ।– ସମସ୍ତ ଅଞ୍ଚଳରେ ସମସ୍ତ ଅନାବଶ୍ୟକ କାର୍ଯ୍ୟକଳାପ ପାଇଁ ବ୍ୟକ୍ତିବିଶେଷଙ୍କ ଯାତାୟାତ ସକାଳ ୭ ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ସୀମିତ ରହିବ।-ଏଠାରେ ସାଇକେଲ ରିକ୍ସା, ଅଟୋ ରିକ୍ସା, ଟ୍ୟାକ୍ସି ଏବଂ କ୍ୟାବ ସେବା ଉପଲବ୍ଧ ହେବ ନାହିଁ ।-ଗୋଟିଏ ଜିଲ୍ଲା ମଧ୍ୟରୁ ଅନ୍ୟ ଜିଲ୍ଲା ମଧ୍ୟରେ ବସ୍ ସେବା ମଧ୍ୟ ବନ୍ଦ ରହିବ।-ସ୍ପା ଓ ସେଲୁନ୍ ଖୋଲିବ ନାହିଁ – ସାରା ଦେଶରେ ରେଳ, ବିମାନ , ମେଟ୍ରୋ ସେବା ଏବଂ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତାୟାତ ବନ୍ଦ ରହିବ।– ବିଦ୍ୟାଳୟ, କଲେଜ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟ ଚାଲିବ ନାହିଁ ।-ଅରେଞ୍ଜ ଜୋନରେ ଟ୍ୟାକ୍ସି ଏବଂ କ୍ୟାବ ସେବାକୁ ଅନୁମତି ଦିଆଯିବ କିନ୍ତୁ ଡ୍ରାଇଭର ସହିତ କେବଳ ଜଣେ ଯାତ୍ରୀ ଯାତ୍ରା କରିପାରିବେ।-ଲକଡାଉନ୍ ବୃଦ୍ଧି ଆଦେଶର ପାରା ୧୧ ରେ ସଂଶୋଧନ କରି ଗୃହ ମନ୍ତ୍ରଣାଳୟ, ଅରେଞ୍ଜ ଜୋନରେ ଟ୍ୟାକ୍ସି ଏବଂ କ୍ୟାବ ଏଗ୍ରିଗେଟରଙ୍କୁ କେବଳ ୧ ଡ୍ରାଇଭର ଏବଂ ୨ ଜଣ ଯାତ୍ରୀ ଅନୁମତି ଦେବେ ।-ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, ଗ୍ରୀନ୍ ଜୋନରେ ଥିବା ମଦ ଦୋକାନ ଏବଂ ପାନ ଦୋକାନକୁ ଅତି କମରେ ୬ ଫୁଟ ଦୂରତା ସୁନିଶ୍ଚିତ କରି ଖୋଲିବାକୁ ଅନୁମତି ଦିଆଯିବ। ଏଥିସହ ଏହା ନିଶ୍ଚିତ ହେବା ଆବଶ୍ୟକ ଯେ ଦୋକାନରେ ପାଞ୍ଚରୁ ଅଧିକ ବ୍ୟକ୍ତି ଉପସ୍ଥିତ ନାହାଁନ୍ତି।-ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି।