ଛୋଟ ପିଲା ଜିଦ୍ ଧରିଲା ଜନ୍ମ ଦିନ ନକରି ରିଲିଫ ପାଣ୍ଠିକୁ ଦାନ କର । କରୋନାରୁ ଭଗବାନ ଆମକୁ ରକ୍ଷା କରିବେ । ବାପା ଜେଜେଙ୍କ ଆଖିରେ ଲୁହ ।

ଆଠଗଡ,(ଉଲାପ୍ର)ଦେଶ କରୋନା ନେଇ ଜୁଝୁଥିବା ବେଳେ ଏହି ଅସମୟରେ ନିଜର ଜନ୍ମଦିନ ପାଳନ ନକରିବା ପାଇଁ ଜେଜେଙ୍କୁ କହିଛନ୍ତି ଦୁଇ ନାତିନାତୁଣୀ,କୁଳାଇଲୋ ଅନନ୍ତ ବେଉରା ଅସ୍ଥିଶଲ୍ୟ ଚିକିସ୍ଥା କେନ୍ଦ୍ରର ଚିକିସ୍ଥକ ପ୍ରତାପ ରୁଦ୍ର ବେଉରାଙ୍କୁ ତାଙ୍କ ନାତିନାତୁଣୀ ଜନ୍ମଦିନରେ ଆମ ପାଇଁ ଖର୍ଚ୍ଚ କରିବାକୁ ଥିବା ଟଙ୍କାକୁ କ ରୋନା ସହିତ ଜୁଝୁଥିବା ଲୋକଙ୍କ ସାହାଯ୍ୟ ନିମନ୍ତେ ପ୍ରଦାନ କରିବା ପାଇଁ ଜେଜେଙ୍କୁ କହିବା ପରେ ସୋମବାର ଦିନ ଅସ୍ଥିଶଲ୍ୟ ଚିକିସ୍ଥକ ପ୍ରତାପ ରୁଦ୍ର ବେଉରା ନିଜ ନାତିନାତୁଣୀ ଙ୍କୁ ନେଇ ଆଠଗଡ ଉପଜିଲ୍ଲାପାଳ ଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଙ୍କ କେୟାର ଫଣ୍ଡକୁ ୩୧ହଜାର ଟଙ୍କା ଓ ମୁଖ୍ୟମନ୍ତ୍ରୀ ଙ୍କ କରୋନା ଫଣ୍ଡକୁ ୨୧ ହଜାର ଟଙ୍କା ପ୍ରଦାନ କରିଛନ୍ତି,

ଜଣେ ଅସ୍ଥିଶଲ୍ୟ ଚିକିସ୍ଥକ ଭାବେ ସେ ରାଜ୍ୟରେ ବେଶ ପରିଚିତ ଥିବାବେଳେ ତାଙ୍କର ଏହିପରି ବଦାନ୍ୟତା ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ନିଶ୍ଚିତ।
