Mr nonsence ର ଗବର ଆଉ ନାହାନ୍ତି

ଆଠଗଡ ର ଯୁବ କଳାକାର ତଥା ଜି ସାର୍ଥକରେ ପ୍ରସାରିତ ହୋଇଥିବା mr nonsense ର ଗବର ଭୂମିକାରେ ଅଭିନୟ କରିଥିବା ସୌମ୍ୟ ରଞ୍ଜନ ପଣ୍ଡାଙ୍କ ଆଜି ଅପରାହ୍ନରେ ପରଲୋକ ଘଟିଛି,ସେ ଲିତୁ ନାମରେ ବେଶ ପରିଚିତ,।

ଦିିିିର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ, ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ରେ ଚିକିସ୍ଥାଧିନ ଥିବାବେଳେ ଆଜି ତାଙ୍କର ପରଲୋକ ଘଟିଛି, ରାଜ୍ୟରେ ଆଠଗଡ ଅଞ୍ଚଳରୁ ସେ ଜଣେ ଉଦିୟମାନ ହାସ୍ୟ ଅଭିନେତା ଭାବେ ଉଭା ହେଉଥିବା ବେଳେ ତାଙ୍କର ପରଲୋକ ଆଠଗଡ ବାସୀ ତଥା ଚଳଚିତ୍ର ଜଗତ ପାଇଁ ଏକ କ୍ଷତି କହିଲେ ଅତୁକ୍ତି ହେବନାହିଁ,ସେ ଅନେକ ଗୁଡିଏ ଚଳଚିତ୍ର ଓ ଟିଭି ସିରିଏଲ ରେ ହାସ୍ୟ ଅଭିନେତା ଭାବେ କାର୍ଯ୍ୟ କରିଛନ୍ତି, ବିଶେଷ ଭାବେ ଜି ସାର୍ଥକ ରେ ପ୍ରସାରିତ ହେଉଥିବା mr nonsence ରେ ଗବର ଚରିତ୍ର ରେ ଅଭିନୟ କରି ବେଶ ସୁନାମ ଅର୍ଜନ କରିଥିଲେ, ତାଙ୍କ ପରଲୋକରେ ଆଠଗଡ ରେ ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କ ମର ଶରୀରକୁ ଆଠଗଡ ବଡ଼ପୋଖରୀ ସ୍ମଶାନ ରେ ସତ୍କାର କରାଯାଇଛି। ସୋମ୍ୟ ବା ଲିପୁ ଫିଲ୍ମି ଇଣ୍ଡଷ୍ଟ୍ରି ରେ ସମସ୍ତେ ତାଙ୍କୁ ଆଦରରେ ମୁଷା ନାମରେ ଡାକୁଥିଲେ । ସୋମ୍ୟ ଆଠଗଡ଼ ରଥଗଡା ଅଞ୍ଚଳର ଶ୍ରୀଯୁକ୍ତ ରବି ନାରାୟଣ ପଣ୍ଡାଙ୍କ କନିଷ୍ଠ ପୁତ୍ର ଏବଂ ଆଠଗଡ଼ ସହରରେ ବିଭିନ୍ନ ସାଙ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ନିଜର କଳା କୁ ପ୍ରତିପାଦିତ କରିଥିିିିଲେ ।