“ସୀତାଙ୍କ ସହ ନରେନ୍ଦ୍ର ମୋଦୀ, ଆଡଭାନୀଙ୍କ ଫଟୋ ଭାଇରାଲ୍”

ନବେ ଦଶକର ‘ରାମାୟଣ’ ଏବେ ବି ଦୂରଦର୍ଶନରେ ତା’ର ଲୋକପ୍ରିୟତାକୁ ଜାହିର କରିଥିବା ବେଳେ ଅଭିନୟ କରିଥିବା ଚରିତ୍ରମାନେ ଏବେ ଦର୍ଶକଙ୍କ ସାମ୍ନାକୁ ସୋସିଆଲ୍ ମିଡିଆ ମାଧ୍ୟମରେ ଆସିଛନ୍ତି। ସୀତା ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଦୀପିକା ଚିଖଲିଆ ନିକଟରେ ଟ୍ବିଟର୍ରେ ପ୍ରବେଶ କରିଥିବା ବେଳେ ଧୀରେଧୀରେ ପୁନଃ ଲୋକପ୍ରିୟ ହେବାକୁ ଲାଗିଲେଣି। ବିଶେଷକରି ଏବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ବରିଷ୍ଠ ନେତା ଏଲ୍.କେ ଆଡଭାନୀଙ୍କ ସହ ଏକ ଫଟୋ ସେୟାର୍ କରିଛନ୍ତି, ଯାହା ଭାଇରାଲ୍ ହେବାରେ ଲାଗିଛି। ଦୀପିକା ଏକ ଫଟୋ ସହ କ୍ୟାପସନ୍ରେ ଲେଖିଛନ୍ତି, ସଂପ୍ରତି ଭଦୋଦରା ଭାବେ ପରିଚିତ ତଥା ତତ୍କାଳୀନ ବରୋଦାରୁ ସେ ନିର୍ବାଚନରେ ଅବତୀର୍ଣ୍ଣ ହେବା ସମୟର ଏହି ଫଟୋରେ ନରେନ୍ଦ୍ର ମୋଦୀ, ଏଲ୍.କେ ଆଡଭାନି ଓ ନିର୍ବାଚନ ଦାୟିତ୍ବରେ ଥିବା ନଳିନୀ ଭଟ୍ଟ ଉପସ୍ଥିତ ଅଛନ୍ତି। ଦୀପିକା ୧୯୯୧ରେ ବିଜେପିର ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ଭଦୋଦରା ନିର୍ବାଚନ ମଣ୍ଡଳୀରୁ ବିଜୟୀ ମଧ୍ୟ ହୋଇଥିଲେ। କିଛିଦିନ ପୂର୍ବେ ଦୀପିକା ରାମାୟଣର ସମସ୍ତ ଟିମ୍ ସଦସ୍ୟଙ୍କର ଏକ ଫଟୋ ସେୟାର କରିଥିଲେ। ସେଥିରେ ଉପସ୍ଥିତ ଥିବା ଅନେକ ସଦସ୍ୟ ଏବେ ଜୀବିତ ନଥିବା ମଧ୍ୟ ସେ ଲେଖିଥିଲେ।” – ସୀତାଙ୍କ ସହ ନରେନ୍ଦ୍ର ମୋଦୀ, ଆଡଭାନୀଙ୍କ ଫଟୋ ମଧ୍ୟ ରହିଛି।